Pratidin TV

Odisha's Digital News Platform

ଆସୁଛି ବଡ଼ ବାତ୍ୟା , ଭୟରେ ପୁରୀ ଛାଡ଼ିଲେ ଶହ ଶହ ପର୍ଯ୍ୟଟକ..

1 min read

ସାମୁଦ୍ରିକ ବାତ୍ୟା ‘ଦାନା’ ପୁରୀରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ପବନ ହୋଇପାରେ। ତେଣୁ ଏହି ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ଛାଡ଼ି ପଳାଉଛନ୍ତି ପର୍ଯ୍ୟଟକ। ଆଜି ସକାଳେ କିଛି ପର୍ଯ୍ୟଟକମାନେ ନିଜ ନିଜ ସ୍ଥାନକୁ ଫେରି ଯାଇଛନ୍ତି।

ସମ୍ଭାବ୍ୟ ବାତ୍ୟା ‘ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ଗତକାଲି ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ଏଥିସହିତ ସହିତ ବାତ୍ୟା ଆଶଙ୍କା ଦୂର ନ ହେବା ପର୍ଯ୍ୟନ୍ତ ପୁରୀକୁ ଯେଭଳି ପର୍ଯ୍ୟଟକମାନେ ନ ଆସିବେ ଜିଲ୍ଲାପାଳ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି କୁହାଯାଇଥିଲା। ଯେଉଁମାନେ ବାହାରୁ ଆସିଛନ୍ତି ସେମାନେ ତୁରନ୍ତ ପୁରୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ସକାଳେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ପୁରୀରୁ ପଳାଇଯାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *