Pratidin TV

Odisha's Digital News Platform

କାହିଁକି ମହିଳାଙ୍କ ନାମରେ ରଖାଯାଏ ବାତ୍ୟାର ନାମ ? ଏହା ପଛରେ ରହିଛି ବଡ଼ କାରଣ ..

1 min read

ସାଇକ୍ଲୋନ୍ ବା ବାତ୍ୟା ଆମେ ସମସ୍ତେ ଜାଣୁ । ତେବେ ବାତ୍ୟାର ନାମ ସମାନ ନଥାଏ ଏହାର ନାଁ ଭିନ୍ନ ଭିନ୍ନ ଥାଏ । କେଉଁଠି ଚକ୍ରବାତି ତ ଆଉ କେଉଁଠି ସାଇକ୍ଲୋନ୍ କିମ୍ବା ଟାଇଫୁନ । ୧୦୦ରୁ ଅଧିକ ବାତ୍ୟା ଆସିଥାଏ । ହେଲେ କିଛି ବାତ୍ୟାର ତୀବ୍ରତା କମ୍ ରହିଥାଏ । ଯାହା ଦିନେ କି ଦୁଇ ଦିନ ହୋଇ ସେହି ସମୁଦ୍ରରେ ହିଁ ଶେଷ ହୋଇଯାଏ । ତେବେ ଅଧିକ ତୀବ୍ରତାର ବାତ୍ୟା ସବୁକିଛି ନଷ୍ଟ କରିଦିଏ । ଆଉ ଅକ୍ଟୋବର ଆସିଲେ ଓଡିଆଙ୍କ ମନରେ ଛନକା । ଏଥର ବାତ୍ୟା ‘ଦାନା’ । ପୁଣି ସୃଷ୍ଟି କରିବ ବିପର୍ଯ୍ୟୟ । ତେବେ ଅନେକ ସମୟରେ ବାତ୍ୟାର ନାଁ ମହିଳାଙ୍କ ନାମରେ ଦିଆଯାଇଥାଏ । ହେଲେ ଏପରି କାହିଁକି ? ମହିଳା କି ପରୁଷ ନାମରେ ନାମିତ ସାଇକ୍ଲୋନର ତୀବ୍ରତାରେ କୌଣସି ପରିବର୍ତ୍ତନ ହୋଇନଥାଏ ।

କିନ୍ତୁ ସମସ୍ତଙ୍କର ଧାରଣା ବଦଳିଯାଇଥାଏ । ମହିଳା ନାମରେ ନାମିତ ସାଇକ୍ଲୋନନର ବିପଦକୁ ପ୍ରାୟତଃ କମ୍ କରି ଅଙ୍କା ଯାଇଥାଏ । କାହିଁକି ନା ମହିଳାମାନେ ଉଷ୍ମ ଏବଂ ଯତ୍ନଶୀଳ ବୋଲି ଧାରଣା ରହିଛି । ଏଥିପାଇଁ ଲୋକମାନେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତିନି । ଯେଉଁ କାରଣରୁ ଅଧିକ ବିନାଶ ହୋଇଥାଏ । ଏହା ଆମେ କହୁନୁ ଏକଥା ଅଧ୍ୟୟନରୁ ସଠିକ୍ ପ୍ରମାଣିତ ହୋଇଛି । ମହିଳାଙ୍କ ନାଁରେ ନାମିତ ହୋଇଥିବା ସାଇକ୍ଲୋନ ଅଧିକ ପ୍ରଭାବଶାଳୀ । ଏହା ପୁରୁଷ ନାଁ ଦିଆଯାଇଥିବା ବାତ୍ୟାଠାରୁ ବେଶ୍ ଅଧିକ ପ୍ରଭାବ ପକାଇଥାଏ । ୨୦୧୪ରେ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ଅଫ୍ ଆମେରିକାର ସାଇକ୍ଲୋନର ପୁରୁଷ ଏବଂ ମହିଳା ଆଧାରିତ ନାମକୁ ନେଇ ରିସର୍ଚ୍ଚ କରିଥିଲେ ।

Advertisement

ଏଥିରେ ଗତ ୬୦ ବର୍ଷରେ ହୋଇଥିବା ସାଇକ୍ଲୋନର ଅଧ୍ୟୟନ କରାଯାଇଥିଲା । ଆମେରିକାରେ ପୁରୁଷମାନଙ୍କ ନାମରେ ନାମିତ ସାଇକ୍ଲୋନ୍ ରେ ହାରାହାରି ୧୫.୧୫ ପ୍ରତିଶତ ମୃତ୍ୟୁ ହୋଇଥିଲା । କିନ୍ତୁ ମହିଳାଙ୍କ ନାମରେ ନାମିତ ଏହି ସାଇକ୍ଲୋନରେ ହାରାହାରି ୪୧.୮୪ ପ୍ରତିଶତ ମୃତ୍ୟୁ ହୋଇଥିଲା ।ବାତ୍ୟାର ନାମକରଣ ୧୯୪୫ ପୂର୍ବରୁ ନଥିଲା । ଯେଉଁଥିପାଇଁ ପାଣିପାଗ ବିଜ୍ଞାନୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଯେତେବେଳେ ସେ ସାଇକ୍ଲୋନ ବିଷୟରେ ତଥ୍ୟ ରଖୁଥିଲେ, ସେତେବେଳେ ସାଇକ୍ଲୋନ୍ ର ବର୍ଷ ଲେଖିବାକୁ ପଡୁଥିଲା । ଯଦି ବର୍ଷ ଲେଖିବାରେ ସାମାନ୍ୟ ତ୍ରୁଟି ହେଉଥିଲା ତେବେ ସବୁକିଛି ବଦଳି ଯାଇଥିଲା । ତେଣୁ ୧୯୪୫ ପରଠାରୁ ବିଶ୍ୱ ପାଣିପାଗ ସଂଗଠନ ସାଇକ୍ଲୋନର ନାମ ଦେବା ପାଇଁ ନିଷ୍ପତ୍ତି ନେଇଥିଲା ଏବଂ ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ସମସ୍ତ ସାଇକ୍ଲୋନର ନାଁ ଦିଆଯାଉଛି ।

Leave a Reply

Your email address will not be published. Required fields are marked *