Pratidin TV

Odisha's Digital News Platform

ଭିଆଇପି ରେଳ ଯାତ୍ରୀଙ୍କ ଖାଇବାରୁ ବାହାରିଲା ବିଛା‌, ଅସନ୍ତୋଷ ବ୍ୟକ୍ତ କରି କଲେ ସୋସିଆଲ ମିଡିଆରେ ପୋଷ୍ଟ..

1 min read

ଟ୍ରେନରେ ଦିଆଯାଉଥିବା ସେବାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଭିଆଇପି ରେଳଟିକେଟ କାଟି ଯାଉଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଛି ବିଛା ।ଇଣ୍ଡିଆନ୍‌ ରେଲୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍ କର୍ପୋରେସନ୍ ଦେଇଥିବା ମିଲରୁ ବାହାରିଛି ବିଛା ପରେ ଯାତ୍ରୀ ଜଣଙ୍କ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

ସୂଚନାନୁଯାୟୀ ଆର୍ଯ୍ୟାଶଂ ସିଂହ ନାମକ ଯାତ୍ରୀ ଜଣକ ଯେତେବେଳେ ଦେଖିବାକୁ ପାଇଲେ ଯେ ତାଙ୍କ ରାଇତାରେ ବିଛା ଭାସୁଛି ସେ କାଳ ବିଳମ୍ବ ନକରି ଏହି ପ୍ରସଙ୍ଗକୁ ସାର୍ବଜନୀନ କରିବାରେ ଲାଗି ପଡ଼ିଥିଲେ। ସେ ତତ୍‌କ୍ଷଣାତ ଏକ ଫଟୋ ଉଠାଇ ତାହାକୁ ତାଙ୍କ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ।

Advertisement

‘ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ୍‌ରେ ଯାତ୍ରୀ ଜଣକ ଫଟୋ ସେୟାର୍‌ କରି ଭାରତୀୟ ରେଳବାଇକୁ ତାତ୍ସଲ୍ୟ କରି ଏକ ପୋଷ୍ଟ୍‌ ଲେଖିଛନ୍ତି। ‌ସେ ଲେଖିଛନ୍ତି କି ‘ଭାରତୀୟ ରେଳ ତା’ର ଖାଦ୍ୟର ଗୁଣବତ୍ତା ନିଶ୍ଚିତ ଭାବେ ବୃଦ୍ଧି କରିଛି। କାରଣ ରାଇତା ଏବେ ଅଧିକ ପ୍ରୋଟିନ୍‌ ସହିତ ପରସାଯାଇଛି।’

ସେ ଆହୁରି ବି ଲେଖିଛନ୍ତି ଯେ “ଏହି ଘଟଣା ଆଇଆରସିଟିସି ଭିଆଇପି ଏକ୍ଜିକ୍ୟୁଟିଭ୍ ଲାଉଞ୍ଜ୍‌ରେ ଘଟିଛି, ତେଣୁ ଆପଣ ନିୟମିତ ଟ୍ରେନ୍ କିମ୍ବା ପାନ୍ଟ୍ରିର ଗୁଣବତ୍ତା କଳ୍ପନା କରିପାରୁଥି‌ବେ।’’ସେ ଏପରି ପୋଷ୍ଟ୍‌ କରି ଯାତ୍ରୀମାନଙ୍କୁ ଖାଦ୍ୟ ବରାଦ କରିବାକୁ ମନା କରିଛନ୍ତି। ସେ ସମସ୍ତଙ୍କୁ ନିଜ ନିଜର ଖାଦ୍ୟ ଦେଖିବାକୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *