Pratidin TV

Odisha's Digital News Platform

ଅମ୍ବାନୀଙ୍କ ଷ୍ଟୋର ରେ ମିଳିବ ସରକାରଙ୍କ ଶସ୍ତା ସାମଗ୍ରୀ , କମ୍ ଦାମରେ ଲୋକେ ପାଇବେ ଅଟା-ଚାଉଳ..

1 min read

ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ପାଇଁ ସରକାର ଗତ ବର୍ଷ ଶସ୍ତା ଅଟା, ଚାଉଳ, ଡାଲି ବିକିବା ଆରମ୍ଭ କରିଦେଇଥିଲେ । ସରକାର ଭାରତ ବ୍ରାଣ୍ଡ୍ ନାଁରେ ଶସ୍ତା ଡାଲି, ଚାଉଳ, ଅଟା ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରିଟେଲ୍ ଚେନ୍ ଜରିଆରେ ଲୋକଙ୍କ ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ପାଇଁ ଯୋଜନା ଚାଲିଛି । ସରକାର ଏଥିପାଇଁ ବିଶିଷ୍ଟ ଉଦ୍ୟେଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ସହିତ ଆଲୋଚନା କରୁଛନ୍ତି ।


ଏହାପୂର୍ବରୁ ଭରତ ବ୍ରାଣ୍ଡ ଚାଉଳ, ଡାଲି ଏବଂ ମଇଦା ରିଲାଏନ୍ସ୍ର ଜିଓମାର୍ଟ, ଆମାଜନ ଏବଂ ବିଗ୍ ବ୍ୟାସ୍କେଟ୍ ସମେତ ବିଭିନ୍ନ ଇ-କମର୍ସ କମ୍ପାନୀର ପ୍ଲାଟଫର୍ମରେ ସାମୟିକ ଭାବରେ ଉପଲବ୍ଧ ଥିଲା | ସରକାର ଏହି କମ୍ପାନୀଗୁଡିକ ସହିତ କିଛି ଦିନ ପାଇଁ ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ବେସରକାରୀ ଖୁଚୁରା କମ୍ପାନୀଗୁଡିକ ସହିତ ଦୀର୍ଘକାଳୀନ ଚୁକ୍ତି କରି ସରକାର ପ୍ରଥମ ଥର ପାଇଁ ଖୁଚୁରା ଷ୍ଟୋର୍ ରେ ଏହି ବ୍ରାଣ୍ଡ ବିକ୍ରୟ କରିବାକୁ ଚାହୁଁଛନ୍ତି। ଯଦି ଏହା ଘଟେ ତେବେ ଭାରତୀୟ ବ୍ରାଣ୍ଡର ଶସ୍ତା ଉତ୍ପାଦ ଅଧିକ ଲୋକଙ୍କ ପାଇଁ ଉପଲବ୍ଧ ହେବ |

Advertisement

ସାରା ଦେଶରେ ରିଲାଏନ୍ସର ୧୮ ହଜାରରୁ ଅଧିକ ରିଟେଲ ଷ୍ଟୋର ବା ସ୍ମାର୍ଟ ବଜାର ରହିଛି । ଏହା ବ୍ୟତୀତ ଜିଓ ମାର୍ଟ ଭଳି ଅନଲାଇନ୍ ପ୍ଲାଟଫର୍ମ ମଧ୍ୟ ଅଛି । ଏହି ଚୁକ୍ତି ହେବା ଫଳରେ ଲୋକେ ସହଜରେ କମ୍ ଦାମରେ ସାମଗ୍ରୀ ପାଇପାରିବେ ।

Leave a Reply

Your email address will not be published. Required fields are marked *