Pratidin TV

Odisha's Digital News Platform

ଆସୁଛି ଦାନା ,୬ ବରିଷ୍ଠ IAS ଅଫିସରଙ୍କୁ ସରକାର ଦେଲେ ବଡ଼ ଦାୟିତ୍ୱ ..

1 min read

ମାଡି ଆସୁଛି ବାତ୍ୟା ‘ଦାନା’। ହାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ସରକାର ଜିରୋ କାଜୁଆଲିଟି ଗ୍ରହଣ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାକୁ ୬ଜଣ ବରିଷ୍ଠ ଆଇଏଏସଙ୍କୁ ପଠାଯାଇଛି । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ପୁରୀ, ମୟୂରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହି ଆଇଏଏସ୍ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି ।ଆଇଏଏସ୍ ମାନେ ହେଉଛନ୍ତି

ଆଇଏଏସ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ-ବାଲେଶ୍ୱର, ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ୱାଜଙ୍କୁ ମୟୂରଭଂଜ ଦାୟିତ୍ୱ ଦିଆଯାଇଛି। ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ଦିଆଯାଇଛି। ଏହି ଆଇଏଏସମାନେ ସଂପୃକ୍ତ ଜିଲ୍ଲାରେ ଉଦ୍ଧାର, ରିଲିଫ କାର୍ଯ୍ୟ ତଦାରଖ କରିବେ। କହିରଖୁଛୁ କି, ପୂର୍ବରୁ ସଂପୃକ୍ତ ଜିଲାରେ ଜିଲାପାଳ ଥିଲେ ଏହି ୬ ଆଇଏଏସ। ଭୟଙ୍କର ରୂପ ନେଇ ସ୍ଥଳଭାଗ ମୁଁହା ବାତ୍ୟା ‘ଦାନା’।

Advertisement

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି। ସମୁଦ୍ରରେ ବଳ ଗୋଟାଇ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ସ୍ଥଳଭାଗ ମୁହାଁ ହେବ। ଆସନ୍ତାକାଲି ଅର୍ଥାତ ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *