Pratidin TV

Odisha's Digital News Platform

ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ୱରେ ରହିବେ ମହିଳା; ଏନେଇ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

1 min read

Women in charge of storm shelters; SRC has written a letter to the District Collector of 14 districts

ସମୁଦ୍ରରେ ବଳ ଗୋଟାଉଛି ‘ଦାନା’। ଘଣ୍ଟାପ୍ରତି ୪ କି.ମି ବେଗରେ ଉପକୂଳ ଆଡ଼କୁ ଗତି କରୁଛି। ଅବପାତରେ ପରିଣତ ହୋଇଥିବା ଦାନା ମଙ୍ଗଳବାର ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆସନ୍ତା ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ସୁଦ୍ଧା ପୁରୀଠାରୁ ସାଗରଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ଅତି ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୦୦ରୁ ୧୧୦କି.ମି ବେଗରେ ପବନ ବହିପାରେ। ଏପରିକି ଏହାର ଝଟ୍‌କା ୧୨୦ କିମି ଘଣ୍ଟାପ୍ରତି ରହିପାରେ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇଛି।

ତେବେ ବାତ୍ୟା ନେଇ ଆଶ୍ରୟସ୍ଥଳୀ ବ୍ୟବସ୍ଥା ସୁବିଧା ରାଜ୍ୟ ସରକାର କରୁଅଛନ୍ତି | ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ୱରେ ରହିବେ ମହିଳା। ଏନେଇ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର( ଏସ୍‌ଆରସି) ଦେଓରଞ୍ଜନ କୁମାର ସିଂ। ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନାନ୍ତର କରାଯିବ, ତା’ଉପରେ ଗୁରୁତ୍ୱ ଦେବା ସହ ଆଶ୍ରୟସ୍ଥଳୀରେ ପାନୀୟ ଜଳ ଯୋଗାଣ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି।

Advertisement

SRC ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୩ ସ୍ଥାନୀୟ ଅଧିକାରୀଙ୍କୁ ନେଇ ରିଲିଫ ସେଣ୍ଟର ପାଇଁ ଟିମ୍ ପ୍ରସ୍ତୁତ କରାଯିବ। ଯେଉଁଥିରେ ୨ ଜଣ ପୁରୁଷ ଓ ଜଣେ ମହିଳା ରହିବେ। ଆଶା ଦିଦି, ଶିକ୍ଷୟିତ୍ରୀ ମଧ୍ୟ ରିଲିଫ୍ ସେଣ୍ଟରରେ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି SRC। ସେହିପରି କନଷ୍ଟେବଲ କିମ୍ବା ମହିଳା ହୋମଗାର୍ଡଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ସେହିପରି ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି SRC।

Leave a Reply

Your email address will not be published. Required fields are marked *