Pratidin TV

Odisha's Digital News Platform

ଲଣ୍ଡନ ସ୍କୁଲ ପାଠ୍ୟକ୍ରମରେ ସଂସ୍କୃତ ଶିକ୍ଷା ବାଧ୍ୟତାମୂଳକ

1 min read

Sanskrit education is compulsory in the London school curriculum

ସଂସ୍କୃତ ଶିକ୍ଷା ପ୍ରତି ଭାରତରେ ଅନାଗ୍ରହ ରହିଥିବା ବେଳେ ପଶ୍ଚିମ ଦେଶ ସମୁହରେ ସଂସ୍କୃତ ଶିକ୍ଷା ପ୍ରତି ଆଦର ବଢିବାରେ ଲାଗିଛି। ପଶ୍ଚିମ ଲଣ୍ଡନରେ ଥିବା ଘରୋଇ ସେଣ୍ଟ ଜେମ୍ସ ଇଣ୍ଡିପେଣ୍ଡେଣ୍ଟ ସ୍କୁଲ ସମୁହରେ ଏହାର ଜୁନିୟର ବିଦ୍ୟାର୍ଥୀମାନଙ୍କ ପାଇଁ ସଂସ୍କୃତ ଶିକ୍ଷା ବାଧ୍ୟତାମୂଳକ ବିଷୟ କରାଯାଇଛି।

ତେବେ ଉକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସଂସ୍କୃତ ମାଧ୍ୟମରେ ବିଜ୍ଞାନ, ଗଣିତ ଏବଂ ଅନ୍ୟପାଠ୍ୟକ୍ରମ ଗୁଡିକୁ ମନେ ରଖିବା ଅନ୍ୟ ଭାଷାଠାରୁ ସହଜ ଅଟେ । ତେଣୁ ଆମେ ଏହି ଭାଷାକୁ ପାଠ୍ୟକ୍ରମରେ ସଂଯୋଗ କରିବାକୁ ନିଷ୍ପତ୍ତି ନେଇଛୁ । ସେହିପରି ଏହି ବିଦ୍ୟାଳୟ ସମୁହର ସଂସ୍କୃତ ବିଭାଗୀୟ ମୁଖ୍ୟ ୱାରୱିଇକ୍‌‌ ଜେସପ୍‌‌ କହିଛନ୍ତି, ସଂସ୍କୃତ ଭାଷା ଦ୍ୱାରା ସମଗ୍ର ବିଶ୍ୱରେ ଅନେକ ବିଜ୍ଞାନ ଭିତ୍ତିକ ତଥ୍ୟକୁ ସୁବିଧାରେ ଜାଣିହେବ । ଜେସପ୍‌‌ ମତ ପ୍ରକାଶ କରିଛନ୍ତି ଯେ, ସଂସ୍କୃତ ହେଉଛି ବିଶ୍ୱର ସବୁଠାରୁ ‘ପରଫେକ୍ଟ ଓ ଲଜିକାଲ୍‌‌ ଲାଙ୍ଗୁଏଜ୍‌‌’।

Advertisement

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଲ୍‌‌ ମସ୍‌‌ କହିଛନ୍ତି ଦେବନାଗିରି ଲିପି ଓ କଥିତ ସଂସ୍କୃତ ଭାଷା ମାଧ୍ୟମରେ ଜଣେ ଶିଶୁ ବିଦ୍ୟାର୍ଥୀ ସହଜରେ ଏହାର ଆଙ୍ଗୁଳି ଏବଂ ଜିଭର ଜଟିଳତା ଦୂର କରିପାରିବ। ବିଶ୍ୱରେ ସଂସ୍କୃତ ହିଁ ସର୍ବଶ୍ରେଷ୍ଠ ଭାଷା ବୋଲି ସେ ମତ ଦେଇଛନ୍ତି। ବର୍ତ୍ତମାନର ୟୁରୋପୀୟ ଭାଷାରେ ଜିଭ ଓ ମୁଖର ସମୁଦାୟ ଅଂଶ ବ୍ୟବହାର ହେଉନାହିଁ। ଏହାସହିତ ଲେଖିବା ବେଳେ ଆଙ୍ଗୁଳିର ସମ୍ପୂର୍ଣ୍ଣ ପରିଚାଳନା ହେଉନାହିଁ। ଏହି ଦୃଷ୍ଟିରୁ ସଂସ୍କୃତ ଏହାର ଏକ ଧ୍ୱନି ମାଧ୍ୟମରେ ମସ୍ତିଷ୍କକୁ ସକ୍ରିୟ କରେ ଏବଂ ଆଙ୍ଗୁଳି ଓ ଜିଭାର ଜଟଳିତା ଦୂର ହୁଏ ବୋଲି ପଲ୍‌‌ ମସ୍‌‌ ମତ ଦେଇଛନ୍ତି।ଏହି ବିଦ୍ୟାଳୟ କେବଳ ଶିଶୁମାନଙ୍କ ଲାଗି ନୁହେଁ ବରଂ ସମସ୍ତ ବ୍ୟୟସ୍କ ବ୍ୟକ୍ତିଙ୍କ ପାଇଁ ସଂସ୍କୃତ ଭାଷା ଶିକ୍ଷାଲାଭ ପାଇଁ କାର୍ଯ୍ୟକାରୀ କରୁଛି । ସଂସ୍କୃତ ବିଶ୍ୱର ସର୍ବଶ୍ରେଷ୍ଠ ମୌଳିକ ଭାଷା ଭାବେ ଏହି ମିଦ୍ୟାଳୟ ସମୁହ ଦ୍ୱାରା ଆଦୃତ ହୋଇଛି।

Leave a Reply

Your email address will not be published. Required fields are marked *