Pratidin TV

Odisha's Digital News Platform

ଟେଷ୍ଟ ସିରିଜ୍ ; ଗିଲ୍ ଫିଟ୍ ହୋଇ ଫେରିବା ପରେ ଦଳରୁ କିଏ ହେବେ ଆଉଟ୍ , ସଫରାଜ୍ ନା ରାହୁଲ ?

1 min read

ପୁଣେରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଏବେ ଚର୍ଚ୍ଚା ଜୋର । କାରଣ ରୋହିତ ବାହିନୀଙ୍କୁ ନେଇ ଉଠିଛି ପ୍ରଶ୍ନ । ବର୍ତ୍ତମାନ ଭାରତ ଦଳ ଟେଷ୍ଟ ସିରିଜ୍‌ରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡଠାରୁ ୧-୦ରେ ପଛୁଆ ରହିଛି। ଅକ୍ଟୋବର ୨୪ରୁ ଅକ୍ଟୋବର ୨୮ ମଧ୍ୟରେ ପୁଣେରେ ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ରୋହିତ୍ ବାହିନୀଙ୍କୁ ବର୍ତ୍ତମାନ ଏହି ସିରିଜ୍ ବଞ୍ଚାଇବାକୁ ମ୍ୟାଚ୍ ଜିତିବାକୁ ପଡିବ । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ କିପରି ରହିବ? ଶୁଭମନ ଗିଲ ଫିଟ୍ ହେବା ପରେ ସର୍ଫରାଜ ଖାନ ଏବଂ କେଏଲ୍ ରାହୁଲଙ୍କୁ ନେଇ ଉଠିଛି ବଡ ପ୍ରଶ୍ନ । ଶୁବମନ୍‌ଙ୍କ ଏଣ୍ଟ୍ରି ପରେ କିଏ ହେବ ଦଳରୁ ଆଉଟ୍ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ରାହୁଲ ନା ସଫରାଜ୍ –
ଗୋଟେପଟେ ବେଙ୍ଗାଲୁରୁ ଟେଷ୍ଟରେ ସର୍ଫରାଜ ଖାନ ଏକ ଚମତ୍କାର ଶତକ ସ୍କୋର କରିଥିଲେ । କିନ୍ତୁ ଏହା ସତ୍ତ୍ୱେ ସର୍ଫରାଜ ଖାନଙ୍କ ପାଇଁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୌଣସି ଭଲ ସଂକେତ ଦିଶୁନାହିଁ। ପୁଣେ ଟେଷ୍ଟରେ ଖେଳିବାକୁ ଥିବା ଭାରତୀୟ ଦଳରୁ ସର୍ଫରାଜ ଖାନ ବାଦ ପଡ଼ିପାରନ୍ତି।

Advertisement

ଅନ୍ୟପଟେ ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ରିୟାନ୍ ଟେନ୍ ଡୋଚେଟ୍ କହିଛନ୍ତି, \’ଦଳ ପରିଚାଳନା ସମିତି କେ.ଏଲ୍ ରାହୁଲଙ୍କ ଉପରେ କୌଣସି ତରବରିଆ ନିଷ୍ପତ୍ତି ନେବା ମନୋଭାବରେ ନାହିଁ। ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଚାହୁଁଛନ୍ତି ଯେ କେ.ଏଲ୍ ରାହୁଲ ସର୍ବାଧିକ ସୁଯୋଗ ପାଆନ୍ତୁ। ସଞ୍ଜୁ ସାମସନଙ୍କ ପରି କେଏଲ୍ ରାହୁଲଙ୍କୁ ମଧ୍ୟ ସର୍ବାଧିକ ସୁଯୋଗ ଦେବାକୁ ଚାହୁଁଛନ୍ତି ଗମ୍ଭୀର।

Leave a Reply

Your email address will not be published. Required fields are marked *