ବାତ୍ୟା ଦାନା ପାଇଁ ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା…
1 min readସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି OAS ପ୍ରିଲିମକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ସ୍ଥଗିତ ନେଇ ଓପିଏସ୍ସି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।
ତେବେ ୭ଦିନ ମଧ୍ୟରେ ନୂଆ ପରୀକ୍ଷା ତାରିଖ ଧାର୍ଯ୍ୟ ହେବ। ସୂଚନାନୁସାରେ, ଆସନ୍ତା ରବିବାର ଅର୍ଥାତ୍ ୨୭ ତାରିଖରେ ପ୍ରିଲିମ ପରୀକ୍ଷା ଥିଲା। ହେଲେ ବାତ୍ୟାକୁ ନେଇ ସ୍ଥଗିତ ରଖାଯାଇଛି।ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ଜାରି।