Pratidin TV

Odisha's Digital News Platform

ବାତ୍ୟା ଭୟରେ ବନ୍ଦ ହେଲା ନନ୍ଦନକାନନ ।

1 min read

ଆସୁଛି ଦାନା , ଭୟରେ ଓଡିଶା ଲୋକ । ସ୍କୁଲ , କଲେଜ ପରେ ନନ୍ଦନକାନନରେ ପଡିଲା ତାଲା । ଏନେଇ ନନ୍ଦନକାନନ କତ୍ତୃପକ୍ଷ ସୂଚନା ଜାରିକରିଛନ୍ତି । ଆସନ୍ତା ୨୪.୧୦.୨୦୨୪ ରୁ ୨୫.୧୦.୨୦୨୪ ଯାଏଁ ବନ୍ଦ ରହିବ ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ୍ ।

cyclone update – ଓଡ଼ିଶା ଉପକୂଳ ମୁହାଁ ହେଉଛି ବାତ୍ୟା ‘ଦାନା’। ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି।  ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ ବର୍ଷା ସହ ପବନ ହେଉଛି।

Advertisement

ଦାନା ଆସନ୍ତାକାଲି ରାତିରୁ ୨୫ ସକାଳ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ ବେଳେ ପବନ ବେଗ ୧୦୦ରୁ୧୨୦ କିମି ରହିବାର ସମ୍ଭାବନା ରହିଛି। ଭିତରକନିକା ଧାମରା ମଧ୍ୟରେ ଏହା  ସ୍ଥଳଭାଗ ଅତିକ୍ରମ କରିବ। 

Leave a Reply

Your email address will not be published. Required fields are marked *