Pratidin TV

Odisha's Digital News Platform

ଭୀଷଣ ବାତ୍ୟା ରୂପରେ ଦାନା ଛୁଇଁବ ସ୍ଥଳଭାଗ, ଏହି ୩ ଜିଲ୍ଲାରେ ଵେଶୀ ପଡ଼ିବ ପ୍ରଭାବ..

1 min read

ବାତ୍ୟା ଦାନା ପ୍ରଭାବରେ ମାଡ଼ି ଆସିବ ଜୁଆର । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକକୁ ସମୁଦ୍ର ପାଣି ମାଡି ଆସିପାରେ । ଓଡ଼ିଶା ଉପକୂଳମୁହାଁ ବାତ୍ୟା ‘ଦାନା’। ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା କେନ୍ଦ୍ରାପଡ଼ା-ଧାମରା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ଏହାକୁ ନେଇ ଧାମରାକୁ ସର୍ବୋଚ୍ଚ ୧୦ନଂ ବିପଦ ସଙ୍କେତ ଜାରି କରାଯାଇଛି। ସେହିଭଳି ଚାନ୍ଦବାଲି-ପୁରୀ ବନ୍ଦରକୁ ମଧ୍ୟ ୧୦ନଂ ବିପଦ ସଙ୍କେତ, ଗୋପାଳପୁର ବନ୍ଦରକୁ ୮ନଂ ବିପଦ ସଙ୍କେତ ଜାରି କରାଯାଇଛି।

ତେବେ ବାତ୍ୟା ‘ଦାନା’ ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପବନ ବହିବା ଆରମ୍ଭ ହୋଇଛି। ୨ ଜିଲାରେ ୩୦ରୁ ୪୦ କିମି ବେଗରେ ପବନ ବହୁଥିବା ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *