Pratidin TV

Odisha's Digital News Platform

ରାଜ୍ୟ କ୍ୟାବିନେଟରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ , ସୁଭଦ୍ରା ଯୋଜନାରେ ହେଲା ବଡ ପରିବର୍ତ୍ତନ ।

1 min read

ସୁଭଦ୍ରା ଯୋଜନାରେ ବଡ ପରିବର୍ତ୍ତନ । ଏନେଇ ରାଜ୍ୟ କ୍ୟାବିନେଟ୍ ରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୧ କୋଟି ୨ ଲକ୍ଷ ଆବେଦନ କରିଛନ୍ତି । ସେଥିରୁ ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଛନ୍ତି । ବାଦ୍ ପଡ଼ିଛନ୍ତି ୨ ଲକ୍ଷ ୬୭ ହଜାର , ତେବେ ଏମାନଙ୍କ ପାଇଁ ଆଉ ଥରେ ବିଚାର ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।
ପରିବାରରେ ଏକାଧିକ ଯୋଗ୍ୟ ମହିଳା ଥିଲେ ବି ମିଳିବ ସୁଭଦ୍ରା ଟଙ୍କା ।
-ଅଙ୍ଗନୱାଡି କର୍ମୀ/ସହାୟିକା, ଆଶାକର୍ମୀ ମଧ୍ୟ କରିପାରିବେ ଆବେଦନ ।
-ସିଆରପି କରିପାରିବେ ଆବେଦନ ।
-ଏମ୍ବିକେ, ଆଉଟ୍ ସୋର୍ଶିଂ ସଂସ୍ଥାର ମହିଳା ମାନେ ମଧ୍ୟ ସୁଭଦ୍ରା ଯୋଜନାର ଲାଭ ଉଠାଇ ପାରିବେ ।
-ବିଧବା ଭତ୍ତା ପାଉଥିବା ମହିଳା ତଥା ଛାତ୍ର ବୃତ୍ତି ପାଉଥିବା କଲେଜ ଛାତ୍ରୀଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।

ରାଜ୍ୟ କ୍ୟାବିନେଟ୍ ରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ –

Advertisement

୧.ଓଡିଶା ଜିଏସଟି ଆକ୍ଟ ସଂଶୋଧନ ହୋଇଛି ।
୨. ମଣ୍ଡିରେ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ରେ ବିକ୍ରି କରିବେ ଚାଷୀ । ଆଉ ୪୮ ଘଣ୍ଟା ଭିତରେ ତାଙ୍କୁ ତାଙ୍କ ଦେୟ ଦିଆଯିବ ।
୩. ଅନ୍ୟ ଦେଶକୁ ବିମାନ ସୁବିଧା ବଢାଯିବା ।
୪.ସୁଭଦ୍ରା ପରିବର୍ତ୍ତନ ।
୫. ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇନଥିବା ବ୍ୟକ୍ତି ଯଦି ୨୦୨୧ ଭିତରେ ରିଟର୍ଣ୍ଣ ଫାଇଲ କରିଥିବେ ସେମାନେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟର ହକାଦାର୍ ହେବେ ।

Leave a Reply

Your email address will not be published. Required fields are marked *