Pratidin TV

Odisha's Digital News Platform

ମାଡ଼ି ଆସିବକି ବିପଦ ? ଶ୍ରୀମନ୍ଦିର ଉପରେ ଉଡ଼ିଲେ ପକ୍ଷୀ !

1 min read

ଏବେ ଭୟରେ ଥରୁଛନ୍ତି ଓଡିଶା ଵାସି। କାହିଁକି ଏମିତି ସବୁ ଘଟଣା ଘଟିଯାଉଛି। ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତଙ୍କ  ଛାତିରେ ଆଜି ଡର। ମାଳିକାର ସେହି ବାକ୍ୟ ଯେମିତି ଆଜି ସମସ୍ତଙ୍କୁ ଚକିତ କରିଦେଉଛି। ଆକାଶ କଳା ବାଦଲରେ ଯେମିତି ଘେରି ହେଇଯାଉଛି ଆଉ ସେପଟେ ଶ୍ରୀ ମନ୍ଦୀରର ଉପରେ ଉଡୁଛନ୍ତି ଶହ ଶହ ପକ୍ଷୀ ।

ଏ ଦୃଶ୍ୟ ଯେମିତି ସମସ୍ତଙ୍କ ଛାତି ଥରାଇ ଦେଉଛି,। କାରଣ ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର ବେଗରେ ଉତ୍ତର- ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। କ୍ରମେ ଏହାର ଭୀଷଣ ବାତ୍ୟା ରୂପ ନେଇ ଧାମରାରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisement

ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା ଆସି ୧୫ କିଲୋମିଟରକୁ ହ୍ରାସ ପାଇଛି । ଫଳରେ ସମୁଦ୍ର ଭିତରେ ଏହାର ଅଧିକ ଶକ୍ତିଶାଳୀ ହେଉଥିବା କୁହାଯାଉଛି । ଏବେ ସୁଦ୍ଧା ମିଳିଥିବା ପାଣିପାଗ ବିଭାଗ ସୂଚନା ମୁତାବକ, ଏବେ ଏହା ପାରାଦୀପ ଠାରୁ ୫୨୦ କିଲୋମିଟର ଦୂରରେ ରହିଛି । ସାଗରଦ୍ୱୀପଠାରୁ ଏହାର ଦୂରତା ୬୦୦ କିଲୋମିଟର ରହିଛି । ତେବେ ଏପରି ସମୟରେ ଏହି ଦୃଶ୍ୟ ଦେଖି ସମସ୍ତେ ଭୟଭୀତ ହୋଇପଡିଛନ୍ତି ।

ବର୍ତମାନ ସମୟରେ ଯେମିତି ବିଶ୍ୱାସ ଆଉ ଭରସା ନାହିଁ  ଏ ଦୁନିଆରେ ଅନ୍ୟାୟ ଅନୀତି ବଢ଼ିବାରେ ଲାଗିଛି ଆଉ ଏମିତି ଭାବେ କଣ କଳିଯୁଗ ଶେଷ ହେଇଯିବ ମାଳିକାରେ ଉଲ୍ଲେଖ ରହିଥିବା ସେଇ କଥା ବହୁ ସମୟରେ ଦେଖିବାକୁ ମିଳିଛି ଯାହାକି ବିଗତ ଦିନରେ ସତ ହୋଇଛି ଆଉ ଏବେ ଏଭଳି ଶ୍ରୀମନ୍ଦିରରେ  ଏଭଳି ପକ୍ଷୀ ଉଡୁଛନ୍ତି ।

ହଁ ଆଂଜ୍ଞା  ଓଡିଶାକୁ ଯେଉଁ ବନ୍ୟାର ଡ଼ର ଆଜି ତାହା କରାଳ ରୂପ ନେଇ ମାଡ଼ି ଆସୁଛି ଏବେ ପୁଣି ଏଭଳି ସବୁ ଘଟଣାକୁ ଦେଖି ସମସ୍ତେ ପୁଣିଥରେ ଭୟରେ ଥାରୁଛନ୍ତି ଆଉ କଥା ହେଉଛନ୍ତି ଏଭଳି କଣ ଘଟିଯାଉଛି ଇଏ କଣ ଆଗକୁ ବିପଦ ଆସୁଥିବାର ବଡ ସଂକେତ। ହେଲେ ଭକ୍ତଙ୍କ ମନରେ ଆଶା ଅଛି ପ୍ରଭୁ ଜଗନ୍ନାଥ ଏ ବିପଦରୁ ନିଶ୍ଚୟ ଓଡିଶା ବାସୀଙ୍କୁ ଉଦ୍ଧାର କରିବେ।

Leave a Reply

Your email address will not be published. Required fields are marked *