Pratidin TV

Odisha's Digital News Platform

ମା’ ହେଲେ ଟେଲିଭିଜନର ‘ମଧୁବାଲା’,ସୋସିଆଲ ମିଡିଆରେ ଦେଲେ ସୂଚନା..

1 min read

ମା’ ହେଲେ ଟେଲିଭିଜନର ‘ମଧୁବାଲା’ ତଥା ଲୋକପ୍ରିୟ ଅଭିନେତ୍ରୀ ଦ୍ରଷ୍ଟି ଧାମି। ତାଙ୍କ ଘରକୁ ଆସିଲେ କୁନି ଅତିଥି । ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବିବାହର ୯ ବର୍ଷ ପରେ ଦ୍ରଷ୍ଟି ମା’ ହୋଇଛନ୍ତି। ସେକନ୍ୟା ସନ୍ତାନ ର ଜନନୀ ହୋଇଛନ୍ତି । ଅଭିନେତ୍ରୀ ସୋମବାର କହିଥିଲେ ଯେ ସେ ୪୧ ସପ୍ତାହ ପରେ ମଧ୍ୟ ପ୍ରସବ କରିନାହାନ୍ତି । ଡ୍ୟୁ-ଡେଟ୍‌ ବା ଧାର୍ଯ୍ୟ ତାରିଖ ଅତିକ୍ରମ କରିସାରିଥିଲେ ସୁଦ୍ଧା ସେ ନିଜ ସନ୍ତାନକୁ ଜନ୍ମ ଦେଇ ନାହାନ୍ତି।

ତେବେ ଏହି ପୋଷ୍ଟର ପରଦିନ ସେ ପୁଣି ଏକ ପୋଷ୍ଟ ଶେୟାର କରି ମା’ ହୋଇଥିବା ନେଇ ସୂଚନା ଦେଇଛନ୍ତି। ମଙ୍ଗଳବର ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଖୁସି ଖବର ନିଜ ଫ୍ୟାନ୍‌ମାନଙ୍କ ସହ ଶେୟାର କରି ଜଣାଇଛନ୍ତି।ଦ୍ରଷ୍ଟି ଧାମି ଇନଷ୍ଟାଗ୍ରାମରେ ଏକ ଘୋଷଣା ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଅଭିନେତ୍ରୀ ଏକ ହାତୀର ଏକ ସୁନ୍ଦର ପୋଜ୍ ସେୟାର କରିଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି “ସେ ଆସିଛି ଏଠାକୁ ୨୨.୧୦.୨୦୨୪ । ଏହି କ୍ୟାପସନରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।ଏହି ଖବର ସାମ୍ନାକୁ ଆସିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନେକ କଳାକାର ଓ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisement

ଟିଭି ସୁପରଷ୍ଟାର ଦ୍ରଷ୍ଟି ଧାମି ହେଉଛି ଏକ ନାମ ଯାହା ପ୍ରତ୍ୟେକ ଘରେ ପ୍ରସିଦ୍ଧ । ଏହି ଅଭିନେତ୍ରୀ ୨୦୧୫ ମସିହାରେ ନୀରଜ ଖେମକାଙ୍କୁ ବିବାହ କରିଥିଲେ। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାଆନ୍ତି । ବିବାହର ୯ ବର୍ଷ ପରେ ସେ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *