Pratidin TV

Odisha's Digital News Platform

ମାଡି ଆସୁଛି ଭୀଷଣ ବାତ୍ୟା ଦାନା; ସମସ୍ତ ଜିଲ୍ଲାରେ ଜାରି ହେଲା ଟୋଲ ଫ୍ରି ନମ୍ବର

1 min read

ଉପକୂଳ ମୁହାଁ ବାତ୍ଯା ଦାନା । ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ଦାନା। ଏହା ଆହୁରି ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ଆଜି ରାତିରେ ଛୁଇଁବ ସ୍ଥଳଭାଗ । ମଧ୍ଯରାତ୍ରୀରୁ ଆସନ୍ତାକାଲି ପୂର୍ବାହ୍ନ ଭିତରେ ବାତ୍ଯା ଲ୍ଯାଣ୍ଡଫଲ କରିବ। ପୁରୀରୁ ସାଗରଦୀପ ମଝିସ୍ଥଳ ଅର୍ଥାତ ଭିତରକନିକା ଓ ଧାମରା ନିକଟରେ ହିଁ ସ୍ଥଳଭାଗ ପାର୍ କରିବ ବାତ୍ୟା । ଲ୍ଯାଣ୍ଡଫଲ ସମୟରେ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ପ୍ରାୟ ୫ ଘଣ୍ଟା ଧରି ବାତ୍ୟା ଲ୍ଯାଣ୍ଡଫଲ କରିବ। ପାରାଦୀପ ଠାରୁ ବର୍ତ୍ତମାନ ଏହି ବାତ୍ଯା ୩୩୦ କିଲୋମିଟର ଦୂରରେ ରହିଛି। ଧାମରା ଠାରୁ ୩୬୦ କିମି ଦୂରରେ ରହିଛି। ବାତ୍ଯା ପ୍ରଭାବରେ ଗତକାଲିଠାରୁ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଆଜିଠୁ ବର୍ଷାର ପରିମାଣ ବଢିବ।

ଅନ୍ୟପଟେ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଥିବା ବେଳେ କଣ୍ଟ୍ରୋଲ ରୁମ୍‌ ନମ୍ବର ଗୁଡ଼ିକ ୦୬୭୧-୨୪୨-୨୦୩୨ ଓ ୨୯୯-୨୮୦୦ ଜାରି କରାଯାଇଛି । ଏଥିସହିତ ସମସ୍ତ ଜିଲ୍ଲା ପ୍ରଶାସନ ମଧ୍ୟ ସେମାନଙ୍କର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ।

Advertisement

୧. ବାଲେଶ୍ୱର ଜିଲ୍ଲା ପାଇଁ ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଥିବାବେଳେ,
୨. ମୟୁରଭଞ୍ଜ-୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧
୩. ଭଦ୍ରକ-୦୬୭୮୪-୨୫୧୮୮୧
୪. ଯାଜପୁର-୦୬୭୨୮-୨୨୨୬୪୮
୫. କେନ୍ଦ୍ରାପଡା-୦୬୭୨୭-୨୩୨୮୦୩
୬. କେନ୍ଦୁଝର-୦୬୭୬୬-୨୫୫୪୩୭
୭. ଜଗତସିଂହପୁର-୦୬୭୨୪-୨୨୦୩୬୮
୮. କଟକ-୦୬୭୧-୨୫୦୭୮୪୨
୯. ଢେଙ୍କାନାଳ-୦୬୭୬୨-୨୨୬୫୦୭,୦୬୭୬୨-୨୨୧୩୭୬
୧୦. ଅନୁଗୁଳ-୦୬୭୬୪-୨୩୦୯୮୦
୧୧. ପୁରୀ-୦୬୭୫୨-୨୨୩୨୩୭
୧୨. ଖୋର୍ଦ୍ଧା-୦୬୭୫୫-୨୨୦୦୦୨
୧୩. ଗଂଜାମ-୦୬୮୧୧-୨୬୩୯୭୮
୧୪. ନୟାଗଡ଼-୦୬୭୫୩-୨୫୨୯୭୮
୧୫. ବିଏମସି-୧୯୨୯

ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆଜି ସକାଳୁ ବର୍ଷା ଅନୁଭୂତ ହେଉଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ସାଇକ୍ଲୋନର ପ୍ରଭାବ ଅଧିକ ରହିବ । ଏସବୁ ଜିଲ୍ଲାରେ ଅତିପ୍ରବଳ ବର୍ଷା ସହ ପବନ ବହିବ । ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବି ପ୍ରବଳ ବର୍ଷାହେବ ବୋଲି ପାଣିପାଗ ବିଭାଗ ସୂଚନାନ ଦେଇଛି । କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ିପାରେ । କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ସମୁଦ୍ରରେ ୧ରୁ ୨ ମିଟର ଯାଏଁ ଜୁଆର ଆସିବ । ବାତ୍ୟା ପାଇଁ ପୁରୀ, ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରରେ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛି । ୧୩ ଜିଲ୍ଲାରେ ୧୮୨ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଥିବାବେଳେ ୫୧ ଓଡ୍ରାଫ୍ ଓ ୧୯ ଏନଡିଆରଏଫ୍ ଟିମ୍ ସାଜ ସରଞ୍ଜାମ ଧରି ସଜାଗ ଅଛନ୍ତି ।

Leave a Reply

Your email address will not be published. Required fields are marked *