Pratidin TV

Odisha's Digital News Platform

ଭୟଙ୍କର ରୂପ ନେଲଣି ଦାନା; ଜାଣନ୍ତୁ ଏହି ସବୁ ସ୍ଥାନ ଏବଂ ସୁବିଧା ରହିବ ବନ୍ଦ

1 min read

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ସମୟ ଯେତିକି ପାଖାଉଛି ସମୁଦ୍ର ସେହି ମାତ୍ରାରେ ଅଶାନ୍ତ ହେବାରେ ଲାଗିଛି। ବାତ୍ୟା ‘ଦାନା’ ଆଜି ରାତିରୁ କାଲି ସକାଳ ମଧ୍ୟରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା। ଏହା ପ୍ରଭାବରେ ପୁରୀ ସମେତ, ପାରାଦୀପ, ଭିତରକନିକା, ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ବି ସମୁଦ୍ରର କରାଳ ରୂପ ଦେଖିବାକୁ ମିଳିଲାଣି।

ବାତ୍ୟା ‘ଦାନା’ ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ମାଡ଼ି ଆସୁଛି ଉଚ୍ଚ ଜୁଆର । ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି।ଗଙ୍ଗାସାଗର ଅଞ୍ଚଳରେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୃଦ୍ଧ ବୃଦ୍ଧା ଏବଂ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଛି।

Advertisement

ଆଜି ସକାଳ ଅର୍ଥାତ ଗୁରୁବାର ଅପରାହ୍ନ ୫ଟା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କୌଣସି ବିମାନ ଉଡି ପାରିବ ନାହିଁ। ଏପରିକି ଆସିପାରିବ ନାହିଁ। ଏହି ନିର୍ଦ୍ଦେଶନାମା ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(AAI) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବାତ୍ୟା ‘ଦାନା’ ପାଇଁ AAI ଏପରି ନିଷ୍ପତ୍ତି ନେଇଛନ୍ତି।

ସେହିପରି ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଓଡ଼ିଶା ରାଜ୍ୟ ମ୍ୟୁଜିୟମ ସମେତ ରାଜ୍ୟ ଅଭିଲେଖାଗାର ଓ ଲାଇବ୍ରେରୀ ୨ଦିନ ପାଇଁ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ମଧ୍ୟ ୨ଦିନ ବନ୍ଦ ରହିବ । ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଓ ୨୫ତାରିଖ ଦୁଇଦିନ ଧରି ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଓଡ଼ିଶା ରାଜ୍ୟ ମ୍ୟୁଜିୟମ, ରାଜ୍ୟ ଅଭିଲେଖାଗାର ଓ ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀ ବନ୍ଦ ରହିବ । ସେହିପରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ତ ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲଗୁଡ଼ିକ ମଧ୍ୟ ଏହି ଦିନ ବନ୍ଦ ରହିବ । ବିଭାଗ ଅଧୀନରେ ଥିବା ସମସ୍ତ ମଣ୍ଡପକୁ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଅର୍ଥାତ ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ କୌଣସି ପର୍ଯ୍ୟଟକ ନଆସିବା ପାଇଁ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି। ବାତ୍ୟା ‘ଦାନା’ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୁରୀ ସର୍କଲ ଅନ୍ତର୍ଗତ ସମସ୍ତ ସଂରକ୍ଷିତ ଐତିହ୍ୟ ସ୍ଥଳୀ ବନ୍ଦ ରଖାଯାଇଛି |

Leave a Reply

Your email address will not be published. Required fields are marked *