Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା , ପାଠ ପଢିବାକୁ ମିଳିବ ଟଙ୍କା ଶୀଘ୍ର କରନ୍ତୁ ଆବେଦନ …

1 min read

ରାଜ୍ୟ ସରକାରଙ୍କ ବଡ ଘୋଷଣା । ଏଣିକି UG(ଯୁକ୍ତ ତିନି), PG , ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ରେ ଅନଲାଇନ୍ ଆବେଦନ କରି ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପିଲାମାନେ ଆବେଦନ କରିପାରିବେ ।

ଏହି ଯୋଜନା ମାଧ୍ୟମରେ UG ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଯୋଗାଇ ଦିଆଯିବ ଏବଂ ଏହି ବର୍ଗରେ ୧୦ ହଜାର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ସେହିପରି ଯଦି ଆପଣ PG ଡିଗ୍ରୀ ପଢ଼ୁଥିବେ ତେବେ ଆପଣଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ପ୍ରଦାନ କରାଯିବ କିନ୍ତୁ କେବଳ ୫ ହଜାର ଛାତ୍ରଛାତ୍ରୀ ଏହି ବୃତ୍ତିର ଲାଭ ଉଠାଇବାକୁ ସମର୍ଥ ହେବେ ।

ସେହିପରି ଯେଉଁମାନେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମରେ ପଢ଼ୁଥିବେ ସେମାନଙ୍କୁ ଏହି ଯୋଜନାରେ ବାର୍ଷିକ ୨୦ ହଜାର ଟଙ୍କା ମିଳିବ । ତେବେ କେବଳ ୧୦ ହଜାର ଛାତ୍ରଛାତ୍ରୀ ଏହି ବର୍ଗରେ ସାମିଲ ହୋଇପାରିବେ । ଏହି ଛାତ୍ର ବୃତ୍ତି ପାଇବାକୁ ହେଲେ ଅନଲାଇନ୍ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।

ଅଫିସିଆଲ୍ ବିଜ୍ଞପ୍ତିhttps://scholarship.odisha.gov.in/website/scholarship-details

Documents

ଡୋମିକାଇଲ୍ ସାର୍ଟିଫିକେଟ୍

ଆଧାର କାର୍ଡ

ଇନ୍‌କମ୍‌ ସାର୍ଟିଫିକେଟ୍‌

ଜାତି ପ୍ରମାଣପତ୍ର

ପୂର୍ବ ଶିକ୍ଷାବର୍ଷର ମାର୍କ ସିଟ୍

ବ୍ୟାଙ୍କ ଆକାଉଣ୍ଟ ବିବରଣୀ

ପାସପୋର୍ଟ ସାଇଜ୍‌ ଫଟୋ

ଆଡମିଶନ ରସିଦ / ଫି ରସିଦ

ବୋନାଫାଇଡ୍ ସାର୍ଟିଫିକେଟ୍

ପରିଚୟ ପ୍ରମାଣ (ଭୋଟର ପରିଚୟ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି)

Leave a Reply

Your email address will not be published. Required fields are marked *