Pratidin TV

Odisha's Digital News Platform

କିପରି ପୃଥିବୀ ପୃଷ୍ଠରୁ ଲୋପ ପାଇଲେ ଡାଇନୋସର

1 min read

ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ କ୍ଳେଡ଼ର ଏକ ବିବିଧ ପ୍ରାଣୀ ପ୍ରଜାତି । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ । କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।

ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ଡାଇନୋସରମାନଙ୍କର ମଧ୍ୟ ରାଜୁତି ଚାଲୁଥିଲା l ଆପଣ ଏହା ମଧ୍ୟ ଶୁଣିଥିବେ ଯେ ଅନେକ ବର୍ଷ ପୂର୍ବେ ପୃଥିବୀ ସହିତ ମହାକାଶରୁ ଆସିଥିବା ଏକ ଉଲକାପିଣ୍ଡର ଧକ୍କା ହେବ ହେତୁ ପୃଥିବୀରେ ଥିବା ଥିବା ସମସ୍ତ ଡାଇନୋସର ଲୋପ ପାଇଗଲେ l ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଘଟିଥିବା ଏହି ଭୟଙ୍କର ଘଟଣା ବିଷୟରେ ଆଜିବି ବୈଜ୍ଞାନିକ ମାନେ ନୂତନ ନୂତନ ମତ ପ୍ରକାଶ କରନ୍ତି।

Advertisement

ବୈଜ୍ଞାନିକ ମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଡାଇନୋସରର ବିଲୁପ୍ତି ଉଲକାପିଣ୍ଡ ଦ୍ୱାରା ନୁହେଁ ବରଂ ଏକ ଧୂମକେତୁ କାରଣରୁ ହୋଇଥିଲା l ଜର୍ମାନୀର କୋଲନ ବିଶ୍ୱବିଦ୍ୟାଳୟର ଜିଓକେମିଷ୍ଟ ମାରିଓ ଫିସର ଗୋଡେ ଏବଂ ତାଙ୍କର ସହକର୍ମୀମାନେ ସେମାନଙ୍କ ଅନୁସନ୍ଧାନରେ ଏହି ଦାବି କରି ବିଶ୍ୱକୁ ଏବେ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ, 6.60 କୋଟି ବର୍ଷ ପୂର୍ବେ ପୃଥିବୀ ସହ ଧକ୍କା ହୋଇଥିବା ଉଲକାପିଣ୍ଡ ଆମ ସୌର ମଣ୍ଡଳରେ ଥିବା କୌଣସି ଗ୍ରହ ସହିତ ମେଳ ଖାଉ ନାହିଁ। ସେବେ ଅନ୍ତରୀକ୍ଷରୁ ଆସିଥିବା ଉଲକାପିଣ୍ଡ ସେଠାରେ ଧକ୍କା ହୋଇଥିଲା ଯେଉଁଠାରେ ଆଜି ମେକ୍ସିକୋ ଦେଶ ଅଛି l ଏହି ଧକ୍କା ହେତୁ ଏକ ବିଶାଳ ଗର୍ତ୍ତ ସୃଷ୍ଟି କଲା ଯାହାର ଅଧିକାଂଶ ଅଂଶ ବର୍ତ୍ତମାନ ସମୁଦ୍ରରେ ଅଛି l

ବୈଜ୍ଞାନିକମାନେ କହିଛନ୍ତି ଯେ ଉଲକାପିଣ୍ଡର ଧକ୍କା ହେତୁ ହେତୁ ପୃଥିବୀରେ 180 କିଲୋମିଟର ଚଉଡା ଏବଂ 20 କିଲୋମିଟର ଗଭୀରର ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହି ଧକ୍କା ହେତୁ ପୃଥିବୀରେ ପ୍ରଳୟ ହେବ ହେତୁ ଡାଇନୋସର ଲୋପ ପାଇଗଲେ l ବାସ୍ତବରେ ଏହି ବିଶାଳ ଉଲକାପିଣ୍ଡର ଆବର୍ଜନାରୁ ବାହାରିଥିବା ଧୂଳି ହଜାର ହଜାର ବର୍ଷ ଧରି ପୃଥିବୀ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପହଞ୍ଚିବା ବନ୍ଦ କରିଦେଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୦୦ ଗିଗାଟନର ଏହି ଧୂଳି ପୃଥିବୀର ବାୟୁମଣ୍ଡଳରେ ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ରହିଲା । ଯେଉଁଥିପାଇଁ ପୃଥିବୀର ଉଦ୍ଭିଦ ଏବଂ ଅନେକ ପ୍ରାଣୀ ବିଲୁପ୍ତ ହେବାକୁ ଲାଗିଲେ । ଏହି କାରଣରୁ, ଡାଇନୋସରମାନେ ମଧ୍ୟ ଖାଦ୍ୟ ପାଇଲେ ନାହିଁ ଏବଂ ସେମାନେ ଧୀରେ ଧୀରେ ସଂପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇଗଲେ ।

ତେବେ ଡାଇନୋସର ଶବ୍ଦର ଅର୍ଥ “ଭୟଙ୍କର ଝିଟିପିଟି” (terrible lizard) , ପ୍ରକୃତରେ ଏହା ଏକ ଝିଟିପିଟି ପ୍ରଜାତିର ଜୀବ ନୁହେଁ । ଏମାନେ ସରୀସୃପମାନଙ୍କର ଅନ୍ୟ ଏକ ପ୍ରଜାତି ଅଟନ୍ତି । ୧୮୪୨ରେ ଡାଇନୋସୁରିଆ taxonର ପ୍ରଥମେ ନାମକରଣ କରିଥିଲେ ଜୀବାଶ୍ମ ବିଜ୍ଞାନୀ (paleontologist) ସାର ରିଚାର୍ଡ଼ ଓୱେନ (Sir Richard Owen)। ଏହାକୁ ସେ ସଉରିଆନ ସରୀସୃପମାନଙ୍କର ଅଲଗା ପ୍ରଜାତିକୁ ବା ଉପ-ବିଭାଗକୁ ସୁଚେଇବା ପାଇଁ ବ୍ୟବହାର କରୁଥିଲେ, ଯାହାକି ପରେ ଇଂଲଣ୍ଡ ଓ ସାରା ବିଶ୍ୱରେ ମାନ୍ୟତା ଲାଭ କରିଥିଲା । [୩]:103 ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ (deinos,ମାନେ “terrible,” “potent,” କିମ୍ବା “fearfully great”) ଓ (sauros,ମାନେ “lizard” କିମ୍ବା “reptile”) ଆସିଅଛି । ସାଧାରଣତଃ ଏହି ନାମକରଣ ପଞ୍ଝା , ଦାନ୍ତ ଇତ୍ୟାଦିକୁ ଆଖି ଆଗରେ ରଖି କରାଯାଉଥିଲେହେଁ, ଓୱେନ ଏହାକୁ ତାର ଆକାର ଓ ବିଶାଳତା ଅନୁସାରେ କରିଥିଲେ ।

Leave a Reply

Your email address will not be published. Required fields are marked *