Pratidin TV

Odisha's Digital News Platform

ଖିଚିଂ ମନ୍ଦିରରୁ ଲୁଟ୍ , ବାରମ୍ବାର ଚୋରି ହେଲେ ଵି ହାତଵାନ୍ଦି ବସିଛି ପ୍ରଶାସନ

1 min read

ମୟୂରଭଞ୍ଜ ; ମୟୁରଭଞ୍ଜ ଜିଲ୍ଲା ଐତିହାସିକ ପୀଠ ଖିଚିଂ ର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ବରୀ ଙ୍କ ମନ୍ଦିର ମୁଖ୍ୟ କବାଟ ର ତାଲା ଭାଙ୍ଗି ଚୋରି ଉଦ୍ୟମ l

ସେହିଭଳି ମା ମନ୍ଦିର ସମୁଖରେ ଥିବା ଦାନ ହୁଣ୍ଡୀ ଭାଙ୍ଗି ଚୋରି କରିବାକୁ ଉଦ୍ୟମ, ମନ୍ଦିର ବେଢା ଭିତରେ ଥିବା ସଂଗ୍ରହକ୍ଷଳୟ ର ତାଲା ଭାଙ୍ଗି ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି ଦୁର୍ବୁତ୍ତ l ଗତ କାଲି ରାତିରେ ଚୋରି ଉଦ୍ୟମ କରିଥିଲେ ଦୁର୍ବୁତ୍ତ l ପୂର୍ବରୁ ମଧ୍ୟ କିଚକେଶ୍ବରୀ ମନ୍ଦିର ର ଦାନ ହୁଣ୍ଡୀ ଭାଙ୍ଗି ଚୋରି କରିଥିଲେ ଦୁର୍ବୁତ୍ତ l ମନ୍ଦିର ବେଢା ବାହାରେ ଥିବା ଦାନ ହୁଣ୍ଡୀ ମଧ୍ୟ ଚୋରି କରିଥିଲେ ଦୁର୍ବୁତ୍ତ l କିଛି ଦିନ ପୂର୍ବରୁ ଦିନ ଦି ପହରେ ଏକ ବାଇକ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା l

Advertisement

ଖିଚିଂ ବାରମ୍ବାର ଏଭଳି ଚୋରି ହେଉଥିଲେ ବି ଚୋରର ଟେର ପାଉନି ପୋଲିସ l ମନ୍ଦିରର ସିସି ଟିଭି ଖରାଫ ହୋଇ ପଡିଛି, ମଦିରରେ ସିକୁରିଟି ବ୍ୟବସ୍ଥା ବି ନାହିଁ ସେଥିପାଇଁ ବାରମ୍ବାର ଚୋରି କରିବାକୁ ସୁଯୋଗ ପାଉଛନ୍ତି ଚୋର l ପ୍ରଶାସନ ର ଏଭଳି ଚରମ ଅବହେଳା ଯୋଗୁଁ ବାରମ୍ବାର ଏଭଳି ଚୋରି ଯୋଗୁଁ ସ୍ଥାନୀୟ ଅଞ୍ଚଳ ପାଇଁ ଚିନ୍ତାର ବିଷୟ ପାଲଟିଛି l

Leave a Reply

Your email address will not be published. Required fields are marked *