Pratidin TV

Odisha's Digital News Platform

ମାଡ଼ି ଆସୁଛି ‘ଦାନା’ ,ଠପ୍‌ ହେଲା ବସ୍ ସେବା ..

1 min read

ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୨୬୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୮୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବାବେଳେ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।

ବାତ୍ୟା ପାଇଁ ଟ୍ରେନ ଓ ବିମାନ ଚଳାଚଳ ବନ୍ଦ ହୋଇଥିବାବେଳେ ବାଲେଶ୍ବରରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖାଯାଇଛି।ବାଲେଶ୍ବରରୁ ଚନ୍ଦନେଶ୍ବର ଓ ଭୁବନେଶ୍ବରକୁ ବସ୍ ବନ୍ଦ ରଖାଯାଇଛି। ବସ୍ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘ ସୂଚନା ଦେଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତି ନିଆଯାଇଛି। ସେହିଭଳି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ୧୬ ଘଣ୍ଟା ପାଇଁ ବନ୍ଦ ରଖାଯିବ। ଗୁରୁବାର ସନ୍ଧ୍ୟା ୫ଟାରୁ ୨୫ ତାରିଖ ସକାଳ ୯ଟା ଯାଏଁ ବିମାନ ଚଳାଚଳ ବନ୍ଦ କରାଯାଇଛି। ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ସାହୁ ଏହି ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *