Pratidin TV

Odisha's Digital News Platform

IMD DG ଦେଲେ ବଡ଼ ସୂଚନା ; ଲ୍ୟାଣ୍ଡଫଲ୍‌ ବେଳେ ଆସିପାରେ ଜୁଆର, ଦାନାର ନାହିଁ ଆଖି ..

1 min read

ଉପକୂଳ ମୁହାଁଇବା ସହ ଭୟଙ୍କର ରୂପରେ ମାଡ଼ି ଆସୁଛି ଦାନା । ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । IMD ପୂର୍ବାନୁମାନ କରିଥିବା ସ୍ଥାନରେ ହିଁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ୧୦୦-୧୨୦ କିମି ବେଗରେ ବହିବ ପବନ । ଏହା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ବି ବଢ଼ିଲାଣି । ମାତ୍ର ଏଯାଏ ‘ଦାନା’ର କୌଣସି ଆଖି ଦେଖାଯାଇନି ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। । ସେ କହିଛନ୍ତି, ସାଇକ୍ଲୋନ୍ ‘ଦାନା’ ବଙ୍ଗୋପସାଗରରୁ ବଳ ଗୋଟାଇ ଭୀଷଣ ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ।

ଭୀଷଣ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଉପକୂଳ ଆଡ଼େ ମୁହାଁଉଛି । ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ଭିତରକନିକା-ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ ବୋଲି ସେ କହିଛନ୍ତି। ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା-ଭଦ୍ରକ ଅଧିକ ପ୍ରଭାବିତ ହେବେ ।’ଦାନା’ର କୋପ ଯୋଗୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ଧୀରେ ଧୀରେ ଏହା ବଢ଼ିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ପ୍ରାୟ ୨ ମିଟର ଉଚ୍ଚର ଜୁଆର ଆସିବ ବୋଲି ସେ କହିଛନ୍ତି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କଟକ, ମୟୂଭରଭଞ୍ଜ, ଢେଙ୍କାନାଳ, ଯାଜପୁର ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ହାଉଡ଼ା, ହୁଗୁଳି କଲିକତାରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି ।ବର୍ତ୍ତମାନ ଅବସ୍ଥାରେ ବାତ୍ୟାର ତୀବ୍ରତା ରହିବ। ଆଉ ବଢିବନି। ଲ୍ୟାଣ୍ଡଫଲ ପରେ ଟିକେ ବଙ୍କେଇବ ବାତ୍ୟାର ଗତିପଥ। ଲ୍ୟାଣ୍ଡଫଲର ପରେ ବାତ୍ୟା ପଶ୍ଚିମ- ଉତ୍ତର ପଶ୍ଚମିକୁ ଗତି କରିବ। ଲ୍ୟାଣ୍ଡଫଲ ପରେ ବର୍ଷାର ପରିମାଣ ଅଧିକ ରହିବ। ୨୪ ଓ ୨୫ ତାରିଖ ଦୁଇଦିନ ପ୍ରବଳ ବର୍ଷା

Leave a Reply

Your email address will not be published. Required fields are marked *