Pratidin TV

Odisha's Digital News Platform

ମାଡି ଆସୁଛି ବାତ୍ୟା ‘ଦାନା , ସୁରକ୍ଷା କବଚ ସାଜି ଦୁର୍ବଳ କରିଦେବ, ହେନ୍ତାଳ ବଣ !

1 min read

କେନ୍ଦ୍ରାପଡ଼ା: ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଦାନା’। ଏଣୁ ଜିଲ୍ଲାରେ ସୁରକ୍ଷା ପାଇଁ କରାଯାଇଛି ବ୍ୟାପକ ବନ୍ଦୋବସ୍ତ। “ସୁରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବାବେଳେ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଆଦି ଅଞ୍ଚଳରେ ୫ ଟିମ୍ ନିୟୋଜିତ ଅଛନ୍ତି” ବୋଲି କହିଛନ୍ତି ଡିଏଫଓ। ତେବେ କେନ୍ଦ୍ରାପଡ଼ାବାସୀଙ୍କୁ ସୁରକ୍ଷା ଦେବ କି ହେନ୍ତାଳ ବଣ କେନ୍ଦ୍ରାପଡ଼ା ମାଟିର ଗର୍ବ ଓ ଗୌରବ ଏହି ‘ହେନ୍ତାଳ ବଣ’ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଜୈବ ବିବିଧତାର ଜନନୀ। ଭିତରକନିକା, ପୂର୍ବତଟ ବଙ୍ଗୋପସାଗର କୂଳରେ ବିସ୍ତୃତ ବେଳାଭୂମିରେ ପ୍ରାୟତଃ ୪୦-୫୦ କିଲୋମିଟର ବ୍ୟାପି ରହିଛି। ତତ୍ ମଧ୍ୟରେ ସଂଲଗ୍ନ ୨୫-୩୦ କିମି ହେନ୍ତାଳ ବଣର ଲମ୍ବା ଲମ୍ବା ବୃକ୍ଷରାଶି ମଣିଷ ତଥା ଜନବସତିକୁ ସୁରକ୍ଷା ଦେବା ସହ ଭିତରକନିକାର ଅସଂଖ୍ୟ ଜୀବଜନ୍ତୁମାନଙ୍କ ବାସସ୍ଥାନ ପାଲଟିଛି । ସେମାନଙ୍କ ମଧ୍ୟରୁ ଡଲଫିନ, କୁମ୍ଭୀର ଏବଂ ଅଲିଭ ରିଡଲେ କଇଁଛ ଅନ୍ୟତମ। ମତ୍ସ୍ୟଜୀବୀ ଏବଂ ନାବିକମାନେ ତାଙ୍କର କୌଳିକ ବୃତ୍ତି ପାଇଁ ଭିତରକନିକା ଉପରେ ନିର୍ଭର କରନ୍ତି । କେବଳ ଏତିକିନୁହେଁ

ବାତ୍ୟା ସମୟରେ ଓଡ଼ିଶା ପାଇଁ ସୁରକ୍ଷା କବଚ ସାଜିଛି ହେନ୍ତାଳ ବଣ। ବାତ୍ୟାର ଗତିରୋଧ ଓ ସାମୁଦ୍ରିକ ଜୁଆର କ୍ଷୟକ୍ଷତି ରୋକିବାରେ ହେନ୍ତାଳ ବଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବାତ୍ୟା ‘ଦାନା’ ଭିତରକନିକାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି।ବାତ୍ୟାକୁ ନେଇ ପିସିସିଏଫ୍‌ କହିଛନ୍ତି, ଭିତରକନିକାରେ ପ୍ରାୟ ୨୦୦ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି। ହେନ୍ତାଳ ବଣ ହେଉଛି ବାତ୍ୟା ବା ଜୁଆର ପାଇଁ କବଚ । ସମ୍ଭାବ୍ୟ ବାତ୍ୟା ସେଠାରେ ଲ୍ୟାଣ୍ଡଫଲ କଲେ ରାଜନଗର, ରାଜକନିଆକା ଆଦି ଅଞ୍ଚଳରେ ବେଶୀ କ୍ଷତିଗ୍ରସ୍ତ ହେବନାହିଁ। ଉଚ୍ଚ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସକ୍ଷମ ହେବ। ହେନ୍ତାଳ ବଣରେ ଥିବା ଭିତକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର, ହରିଣ ଓ ପକ୍ଷୀଙ୍କ ସମାଗମ ରହିଛି। ସେମାନଙ୍କ ସୁରକ୍ଷା ପାଇଁ ଡିଏଫ୍‌ଓ ଦୁଇଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରିଛନ୍ତି। ଜିଲ୍ଲା ପ୍ରଶାସନ ସହାୟତାରେ ଆଉ ୫ଟି ଟିମ୍‌ ରାସ୍ତାଘାଟ ସଫା କରିବା ପାଇଁ ଗଠନ କରାଯାଇଛି ବୋଲି ପିସିସିଏଫ୍‌ କହିଛନ୍ତି।

Advertisement

୧୯୯୯ ମହାବାତ୍ୟାରେ ବି କେନ୍ଦ୍ରାପଡା ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେଇଥିଲା ହେନ୍ତାଳବଣ। ଭିତରକନିକା ଛାତି ଉପରେ ତାଣ୍ଡବ ରଚି ହେନ୍ତାଳ ବଣକୁ ଧରାଶାୟୀ କରିଦେଇଥିଲା ମହାବାତ୍ୟା । ତେବେ କେତେ ଯେ ବାତ୍ୟାର ମାଡ଼କୁ ସହି ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି ହେନ୍ତାଳବଣ । “ବଡ଼ ବଡ଼ ବିପଦ ଆସିଲେ ଲୁଣା ଜଙ୍ଗଲକୁ ଟପି ଜନବସତିକୁ କ୍ଷତି କରିପାରେ ନାହିଁ। ତେଣୁ ଉପକୂଳର ସୁରକ୍ଷା ପ୍ରାଚୀର ହେଉଛି ଲୁଣା ଜଙ୍ଗଲ।”

Leave a Reply

Your email address will not be published. Required fields are marked *