Pratidin TV

Odisha's Digital News Platform

ମନ୍ଦିର ସହ ପିଟି ହୋଇ ଖଣ୍ଡ ବିଖଣ୍ଡିତ ହେଲା ବିମାନ ..

1 min read

ମଧ୍ୟପ୍ରଦେଶ : ମନ୍ଦିର ସହ ଧକ୍କା ହେଲା ବିମାନ । ମାଡ ହେବା ପରେ ହେଲା ଖଣ୍ଡବିଖଣ୍ଡ । ପାଇଲଟ ମୃତ, ଜଣେ ଆହତ ।
ମିଳିଥିବା ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଗତକାଲି ରାତି ୧୧ ଟା ସମୟରେ ଏକ ବିମାନ ଦୁର୍ଘଟଣା ହୋଇଛି । ମନ୍ଦିର ସହ ଧକ୍କା ହେବା ପରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି । ଟ୍ରେନିଂ ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏହି ଘଟଣା ଚୋରହାଟାରେ ଘଟିଛି । ଦୁର୍ଘଟଣା ପରେ ପାଇଲଟ ଗୁରୁତର ଅବସ୍ଥାରେ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ବିମାନଟି ଏକ ପାଇଲଟ୍ ଟ୍ରେନିଂ କମ୍ପାନୀର ଥିବା ଜଣାପଡ଼ିଛି ।

ତେବେ ଦୁର୍ଘଟଣାରେ କ୍ୟାପଟେନ ବିଶାଲ ଯାଦବଙ୍କ ମୃତ୍ୟୁ ହୋଇଥିବାବେଳେ ଟ୍ରେନି ପାଇଲଟ ଅନସୁଲ ଯାଦବ ଆହତ ହୋଇ ସରକାରୀ ସଞ୍ଜୟ ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକାରୀ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛି । ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର ହୋଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *