Pratidin TV

Odisha's Digital News Platform

ଆସୁଛି କି ବଡ଼ ବିପଦ ! ଦ୍ଵିତୀୟ ଶ୍ରୀକ୍ଷେତ୍ର ଚୂଡ଼ାରୁ ଉଡ଼ିଗଲା ବାନା …

1 min read

ରାଜ୍ୟ ଉପରକୁ ମାଡି ଆସୁଛି କି ବଡ ବିପଦ ! ଦାନା ଖେଳାଇବନି ତ ଓଡିଶାରେ ପ୍ରଳୟ । ଆମେ ଆପଣଙ୍କୁ ଡରାଉନାହୁଁ ବରଂ ଯାହା ନିକଟରେ ଘଟିଯାଇଛି ସେଥିପ୍ରତି ସଜାଗ୍ କରାଯାଉଛି । ଗୋଟେ ପଟେ ବାତ୍ୟା ଦାନା ଓଡିଶାକୁ ଭୟଭିତ କରାଉଥିବା ବେଳେ ଅନ୍ୟପଟେ ଘଟିଯାଇଛି ବଡ ଅଘଟଣ । ୨ୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଘଟିଛି ଏହି ଅଘଟଣ ।

ବାତ୍ୟା ଦାନା ପ୍ରଭବାରେ ଆଜି ପୁରା ଓଡିଶା ପ୍ରଭାବିତ । ଚାରିଆଡେ ଅନ୍ଧାର ଖେଳିଯିବା ସହ ସୁ ସୁ ହୋଇ ପବନର ବେଗ ବଢୁଛିା ଏଭଳି ସ୍ଥିତିରେ ହରିବଳଦେବ ଜୀଉ ମନ୍ଦିରର ବାନା ଉଡ଼ିଯିବା ପରେ ଅଞ୍ଚଳବାସୀଙ୍କୁ ଘାରିଛି ଚିନ୍ତା । ଏଭଳି ଘଟଣା ଆଜି ସକାଳୁ ହୋଇଥିବାବେଳେ ସମସ୍ତ ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟ ଚକିତ ଅଛନ୍ତି । ଅନ୍ୟପଟେ ଅନେକ ଭକ୍ତ ଏହାକୁ ନେଇ ନାନା ଆଶଙ୍କା କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *