Pratidin TV

Odisha's Digital News Platform

ଦାଉ ସାଧିଲାଣି ଦାନା ।

1 min read

ଦାଉ ସାଧିଲାଣି ଦାନା । ଆଜି ମଧ୍ୟରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକାରୁ ଧାମରା ପାଖରେ ଲ୍ୟାଣ୍ଡଫଲ କରିବ ଦାନା । ତେବେ ଏହା ପୂର୍ବରୁ ନିଜର ପ୍ରଭାବ ଦେଖାଇସାରିଲାଣି ଦାନା । ଚାରିଆଡେ ଅନ୍ଧକାର ସଜ ସୁସୁ ହୋଇ ବଢିଚାଲିଛି ପବନ । ଆଉ ଏହି ପବନର ଗତି ବଢିବା ଯୋଗୁ ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଏବଂ ମହାକାଳପଡ଼ାରେ ବିଭିନ୍ନ ସ୍ଥାନରେ ରାସ୍ତାରେ ଗଛ ଉପୁଡି ପଡ଼ିଛି। ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଗଛ କାଟି ରାସ୍ତା ସଫା କରୁଛନ୍ତି।

କେନ୍ଦ୍ରାପଡା ପେଣ୍ଠ

Advertisement

କେନ୍ଦ୍ରାପଡ଼ାରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ବେଳେ ଲୋକଙ୍କ ସହ ମିଶି ରାସ୍ତାରୁ ଗଛ ହଟାଇଛନ୍ତି ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ ନାୟକ।ଯେକୌଣସି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହେଲେ ୧୦ ମିନିଟ୍ରେ ତାହାକୁ ସଫା କରାଯିବ।

ସେହିଭଳି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିଛି।

କେନ୍ଦ୍ରାପଡା ପେଣ୍ଠ

Leave a Reply

Your email address will not be published. Required fields are marked *