Pratidin TV

Odisha's Digital News Platform

୩ ଜିଲ୍ଲାରେ ବେଶୀ ପ୍ରଭାବ , ୨ ମିଟର ପର୍ଯ୍ୟନ୍ତ ଉଠିବ ଜୁଆର ।

1 min read

ବାତ୍ୟା ନେଇ ଆଇଏଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ ସୂଚନା । ୨୪ ରାତିରୁ ୨୫ ସକାଳ ଭିତରେ ଲ୍ୟାଣ୍ଡଫଲ କରିବ ଦାନା । ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । ଖାସ କରି ୩ ଜିଲ୍ଲାକୁ ହାଇ ଆଲର୍ଟ ଦିଆଯାଇଛି । କେନ୍ଦ୍ରାପଡା , ଭଦ୍ରକ ଏବଂ ବାଲେଶ୍ୱର ଉପକୂଳରେ ଉଚ୍ଚ ଜୁଆର ଆସିପାରେ । ୧ ରୁ ୨ ମିଟର ଯାଏଁ ଆସିପାରେ ଜୁଆର ।

ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଏହି ଜିଲ୍ଲାର ନଦୀ ମଧ୍ୟରେ ପ୍ରାୟ ୩ କିମି ଉପର ଯାଏଁ ଜୁଆର ଆସିପାରେ ।

Advertisement

ଏହି ୩ ଜିଲ୍ଲାରେ ବେଶୀ ପବନ –
କେନ୍ଦ୍ରାପଡା,ଭଦ୍ରକ ଏବଂ ବାଲେଶ୍ୱରରେ ବେଶୀ ପବନ ହେବ । ଉକ୍ତ ୩ ଜିଲ୍ଲାରେ ୧୦୦ ରୁ ୧୨୦ କିମି ପବନ ବହିପାରେ । ଏବେ ପାରାଦୀପଠାରୁ ୨ଶହ କିମି ଦୂରରେ ଅଛି ବାତ୍ୟା । ସେଠାରେ ଏବେ ପବନ ବେଗ ୯୫ ରୁ ୧୦୫ କିମି ରହିଛି । ସେହିପରି ଖୋର୍ଦ୍ଧା , ପୁରୀ ଓ ମୟୂରଭଞ୍ଜରେ ୬୦ ରୁ ୮୦ କିମି ଯାଏଁ ପବନ ବୋହିବ ।

Leave a Reply

Your email address will not be published. Required fields are marked *