Pratidin TV

Odisha's Digital News Platform

ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ ଅପଡେଟ , ରାତି ୩ଟାରେ ଲ୍ୟାଣ୍ଡଫଲ କରିବ ଦାନା !

1 min read

ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଭିତରକନିକା-ଧାମରା ମଧ୍ୟରେ ହିଁ ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ପାରାଦ୍ବୀପରୁ 180 କିଲୋମିଟର ଦୂରରେ ରହିଥିବା ବେଳେ ଧାମରାରୁ 210 କିଲୋମିଟର ଦୂରରେ ରହିଛି ।ତେବେ କେଉଁ ସମୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ସାମ୍ନାକୁ ଆସିଛି ବାତ୍ୟା ଦାନା ର ଲ୍ୟାଣ୍ଡଫଲ ସମୟ ।

ରାତି 3 ଟା ସମୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଛି । 3ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଭୋର୍ ସୁଦ୍ଧା ଏହା ଶେଷ ହୋଇପାରେ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। ଲ୍ୟାଣ୍ଡଫଲ ପ୍ରକ୍ରିୟା ୫ରୁ ୬ଘଣ୍ଟା ପର୍ଯ୍ୟନ୍ତ ଜାରି ରହିପାରେ।ତେବେ ଧାମରା-ଭିତରକନିକା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁ ପଶ୍ଚିମବଙ୍ଗ ମୁହାଁ ହେବ ।

Advertisement

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ 100-120 କିଲୋମିଟର ରହିପାରେ । 24 ତାରିଖ ଏବଂ 25 ତାରିଖ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଅଧିକ ରହିବା କାରଣରୁ ଲୋକମାନଙ୍କୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଉଛି ।

Leave a Reply

Your email address will not be published. Required fields are marked *