Pratidin TV

Odisha's Digital News Platform

ନିର୍ଵାଚନ ମୈଦାନରେ ସ୍ୱାମୀ ସ୍ତ୍ରୀ , ବାରହେତରୁ ହେମନ୍ତ ସୋରେନ ଓ ଗାଣ୍ଡେୟରୁ ନାମାଙ୍କନ ଭରିଲେ କଳ୍ପନା…

1 min read

ଆଜି ଗାଣ୍ତେୟ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ । ଏଥରେ ସେ ପ୍ରତ୍ୟେକ୍ଷ ନିର୍ବାଚନକୁ ଓହ୍ଲାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆଝି ବାରହେତ ଆସନରୁ ନାମାଙ୍କର ପତ୍ର ଭରିଛନ୍ତି । ପ୍ରଥମେ କଳ୍ପନା ସୋରେନ ନାମାଙ୍କନ ଭରିଥିଲେ । ଏହି ସମୟରେ ତାଙ୍କ ସହ ରାଜ୍ୟସଭା ସାଂସଦ ସର୍ଫରାଜ ଅହମଦ ଉପସ୍ଥିତ ଥିଲେ ।ଗାଣ୍ଡେୟ ଆସନରୁ ପ୍ରକୃତରେ ସର୍ଫରାଜ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ହେଲେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ଯାହା ପରେ ଏହି ପଦ ଖାଲି ପଡିଥିଲା । ବର୍ତ୍ତମାନ ଏହି ଆସନରୁ କଳ୍ପନା ସୋରେନ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି ଆସନରୁ କଳ୍ପନାଙ୍କ ଲଢ଼େଇ ବିଜେପି ମୁନିଆ ଦେବୀଙ୍କ ସହ ହେବ। ଅନ୍ୟପକ୍ଷରେ ହେମନ୍ତ ସୋରେନ ମଧ୍ୟ ଦଳୀୟ ସମର୍ଥକଙ୍କ ସହ ନାମାଙ୍କନ କେନ୍ଦ୍ରରେ ପହଞ୍ଚି ନାମାଙ୍କର ପତ୍ର ଭରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *