Pratidin TV

Odisha's Digital News Platform

ବଦଳିଲା ପୁଷ୍ପା-୨ର ରିଲିଜ୍ ତାରିଖ…

1 min read

ଘୁଞ୍ଚିଲା  ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘Pushpa 2: The Rule’ର ରିଲିଜ୍ ତାରିଖ । ଫିଲ୍ମଟି ପୂର୍ବରୁ ଡିସେମ୍ବର 6 ରେ ରିଲିଜ ହେବାର ଥିଲା ହେଲେ ଅଭିନେତା ଅଲୁ ଅର୍ଜୁନ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ନୂଆ ତାରିଖ ବିଷୟରେ ସୂଚନା ଦେଇଛନ୍ତି । ‘Pushpa 2: The Rule’ କେବେ ମୁକ୍ତିଲାଭ କରିବ? କିଛି ସମୟ ପୂର୍ବରୁ ପୁଷ୍ପା 2 ର ପୋଷ୍ଟର ସେୟାର କରି ଅଲୁ ଅର୍ଜୁନ ନୂଆ ତାରିଖ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

ଏହାସହ ‘ପୁଷ୍ପା ୨’ର ନିର୍ମାତା ମୈଥ୍ରୀ ଚଳଚ୍ଚିତ୍ର ନିର୍ମାତା ଆଜି ପ୍ରେସମିଟ କରିବା ସହ ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ଏବଂ ଏକ୍ସ ହ୍ୟାଣ୍ଡେଲରେ’ ପୁଷ୍ପା ୨’ର ନୂତନ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ‘ପୁଷ୍ପା ୨’ର ନୂଆ ରିଲିଜ୍ ତାରିଖ ଘୋଷଣା ହେବା ମାତ୍ରେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି । ‘ପୁଷ୍ପା 2’ ପୂର୍ବରୁ 6 ଡିସେମ୍ବର 2024 ରେ ମୁକ୍ତିଲାଭ କରିବାର ଥିଲା ​। ନିର୍ମାତା ବର୍ତ୍ତମାନ ‘ପୁଷ୍ପା 2’ ଗୋଟିଏ ଦିନ ପୂର୍ବରୁ 5 ଡିସେମ୍ବର 2024 ରେ ମୁକ୍ତିଲାଭ କରିବାକୁ ନିଷ୍ପତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *