Pratidin TV

Odisha's Digital News Platform

ଝିଅ ପାଇଁ ରେଞ୍ଜ୍-ରୋଭର୍ କିଣିଲେ ଦୀପବୀର ! ଦାମ୍ ଜାଣିଲେ ଉଡ଼ିଯିବ ହୋସ ..

1 min read

ଅଭିନେତା ରଣବୀର ସିଂହ ଓ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ତାଙ୍କର ପ୍ରଥମ ଶିଶୁକନ୍ୟାକୁ ସ୍ୱାଗତ କରିଛନ୍ତି । ବର୍ତ୍ତମାନ ସେ ତାଙ୍କର ପ୍ରଥମ ସନ୍ତାନକୁ ଏକ ବିଳାସମୟ କାର୍‌ ଉପହାର ଦେଇଛନ୍ତି। ସୂଚନା ମିଳିଛି ଯେ

ରଣବୀର ଓ ଦୀପିକା ସେମାନଙ୍କ ଝିଅ ପାଇଁ ଏକ ରେଞ୍ଜ୍‌ ରୋଭର୍‌ କାର୍‌ କିଣିଛନ୍ତି। ଯାହାର ମୂଲ୍ୟ ୪.୭୪ କୋଟି ଟଙ୍କା ହେବ ସବୁଜ ରଙ୍ଗର କାର ତାଙ୍କ ଘର ବାହାରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ସେମାନେ ତାଙ୍କର ଏହି ନୂଆ କାର୍‌କୁ ତାଙ୍କ ଝିଅକୁ ଉପହାର ଦେଇଛନ୍ତି।

Advertisement

ରେଞ୍ଜ୍‌ ରୋଭର୍‌ ୪.୪ଏଲ୍‌ଡବ୍ଲୁବି ହେଉଛି ରଣବୀରଙ୍କ କାର ସଂଗ୍ରହର ଚତୁର୍ଥ କାର। ରଣବୀର ସିଂହ ଓ ପତ୍ନୀ ଦୀପିକା ପାଦୁକୋନ୨୦୨୪ ମସିହା ସେପ୍ଟେମ୍ବର ୮ ତାରିଖରେ ବାପା ମାଆ ହୋଇଛନ୍ତି ।

ରଣବୀର ଏବଂ ଦୀପିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କ୍ୟାପସନ୍ ଲେଖିଥି‌ଲେ, ‘‘ଶିଶୁ କନ୍ୟାକୁ ସ୍ୱାଗତ!’’ ଏହି କାରଟି ସେମାନଙ୍କ ଝିଅ ଜନ୍ମର କିଛି ସପ୍ତାହ ପରେ କିଣାଯାଇଥିଲା। ମଙ୍ଗଳବାର ଦିନ ତାଙ୍କ ଘରେ ପାର୍କିଂ ହୋଇଥିବା ନୂଆ କାରର ଭିଡିଓ ଅନଲାଇନରେ ଭାଇରାଲ ହୋଇଛି।

ଏହି କାର୍‌ କିଣିବା ପାଇଁ ଅକ୍ଟୋବର ୪ ତାରିଖରେ ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ ହୋଇଥିଲା। କାରର ଭିଡିଓ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ରଣବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ନୂଆ କାର ତାଙ୍କ ଶିଶୁ କନ୍ୟା ପାଇଁ ଅଛି କି ବୋଲି ପ୍ରଶ୍ନ କରୁଛନ୍ତି।

Leave a Reply

Your email address will not be published. Required fields are marked *