Pratidin TV

Odisha's Digital News Platform

ବାତ୍ୟା ‘ଦାନା’ ପ୍ରଭାବରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବହୁଛି ପବନ

1 min read

ସ୍ଥଳଭାଗ ଛୁଇଁ ସାରିଛି ଭୀଷଣ ବାତ୍ୟା ଦାନ | ଗତକଲି ମଧ୍ୟ ରାତ୍ରରେ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ଦାନା’। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ‘ଦାନା’ ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ବାତ୍ୟା ସମୟରେ ପ୍ରବଳ ପବନ ସହ କାଚୁଥିଲା ବର୍ଷା | ଆଉ ପବନ ପ୍ରଭାବରେ ସମୁଦ୍ରରେ ଉଠୁଥିଲା ବଡ ବଡ ଜୁଆର |

ତେବେ ବାତ୍ୟା [ପ୍ରବବରେ ଆଜି ବହିଯିବି ଅଧା ଓଡିଶା | ଆଉ ଏଥି ସହ ୯ ଜିଲାକୁ ରେଡ ୱାର୍ଣ୍ଣିଂ ଏବଂ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ଆଜି ଭୀଷଣ ବର୍ଷା ପାଇଁ ପୁରୀ, କେନ୍ଦ୍ରାପଡା, ଜଗତସିଂପୁର, କଟକ, ଭଦ୍ରକ, ଯାଜପୁର , ଢେଙ୍କାନାଳ, ଅନୁଗୁଳକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି | ସେହିପରି ନୟାଗଡ, ବୌଦ୍ଧ, ସୋନପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର କୁ ଅରେଞ୍ଜ ଜାରି କରାଯାଇଥିବା ବେଳେ ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ଼, ନୂଆଗାଁ, ଗଞ୍ଜାମ, କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜରରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ |

Advertisement

ଅନ୍ୟପଟେ ଆଜି ଜଗତିସିଂପୁର,, କେନ୍ଦ୍ରାପଡା, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଓ ମୟୁରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହି ସମୟରେ ପୁରୀ ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ |

Leave a Reply

Your email address will not be published. Required fields are marked *