Pratidin TV

Odisha's Digital News Platform

ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା; ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ‘ଦାନା’

1 min read

ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ଭିତରକନିକା ହାବାଳିଖଟିରେ ବାତ୍ୟାର ଲ୍ୟାଣ୍ଡଫଲ । ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା । ଦୀର୍ଘ ୫-୬ଘଣ୍ଟା ଧରି ଅର୍ଥାତ ସ୍ଥଳଭାଗରେ ତାଣ୍ଡବ ରଚିଥିଲା ବାତ୍ୟା ଦାନା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ଥିବା ବେଳେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁରୁବାର ମଧ୍ୟରାତ୍ରି ପରେ ଏହି ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇ ଶୁକ୍ରବାର ସକାଳ ୧୦ଟା ସୁଦ୍ଧା ଲାଣ୍ଡ୍‌ଫଲ ପ୍ରକ୍ରିୟା ଶେଷ ହୋଇଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ଦାନା’ ଉତ୍ତର ଦିଗକୁ ଗତି କରି ଦୁର୍ବଳ ହେବ ବୋଲି ଆଶା କରାଯାଉଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ଥିବା ବେଳେ ସାମୁଦ୍ରିକ ଜୁଆର ଉଗ୍ରରୂପ ଧାରଣ କରିଥିଲା। ସମୁଦ୍ର ଅଶାନ୍ତ ରହିଛି। ଜୁଆର ଅଧିକ ଉଚ୍ଚରେ ଉଠୁଛି। ପବନର ବେଗ ଘଣ୍ଟା ପିଛା ପ୍ରାୟ ୧୦୦କିମି ରହିଛି।

Advertisement

‘ବାତ୍ୟା’ ଦାନା ପ୍ରଭାବରେ ଗତ ରାତିରେ ବିଭିନ୍ନ ସ୍ଥାନରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ଆଉ କେଉଁଠି ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଥିବାବେଳେ ବିଦ୍ୟୁତ୍‌ ସଂଯୋଗ ବି ବିଚ୍ଛିନ୍ନ ହୋଇ ଯାଇଥିଲା। ଆଜି ମଧ୍ୟାହ୍ନ ସୁଦ୍ଧା ରାସ୍ତାରୁ ସମସ୍ତ ଗଛ ହଟାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍‌ ସରବରାହ ସ୍ୱାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *