Pratidin TV

Odisha's Digital News Platform

ବାତ୍ୟା ‘ଦାନା’ରେ ଜନ୍ମନେଲେ ୧୬୦୦ ଶିଶୁ ।

1 min read

ମଧ୍ୟ ରାତିରେ ଲ୍ୟାଣ୍ଡଫଲ କରିସାରିଛି ବାତ୍ୟା ଦାନା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା । ଦୀର୍ଘ ୫-୬ଘଣ୍ଟା ଧରି ଅର୍ଥାତ୍ ସ୍ଥଳଭାଗରେ ତାଣ୍ଡବ ରଚିଥିଲା ବାତ୍ୟା ଦାନା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ଥିବା ବେଳେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା ।

ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ଅଧିକାଶଂ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡିବା ସହ ଚାଳ ଛପର, ଆଜବେଷ୍ଟସ ଆଦି ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ଗଛ ଡାଳ ପଡି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି।

Advertisement

ଅନ୍ୟପଟେ ଆଜି ପାଇଁ ରାଜ୍ୟର ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, ସୋନପୁର ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ସେହିଭଳି ବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲ୍ଟି ସହ ପୁରା ରେଡି ଥିଲେ । ୧.୭୨ ଲକ୍ଷ ଲୋକଙ୍କୁ କାଲିଠାରୁ ସ୍ଥାନାନ୍ତରଣ କରାଯାଇଥିଲା । ତା ସହ ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ଶହ ଗର୍ଭବତୀ ପ୍ରସବ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *