Pratidin TV

Odisha's Digital News Platform

ରାତି ଅନିଦ୍ରା ହୋଇ ଫୁଲ ପ୍ରସ୍ତୁତ ଥିଲା ଓଡିଶା , ଟଳିଗଲା ବିପଦ …

1 min read

ପୁରା ଓଡିଶାବାସୀଙ୍କ ନିଦ ହଜାଇଥିଲା ଦାନା । ଏନେଇ ରାଜ୍ୟ ସରକାରଙ୍କ ମଧ୍ୟ ଘନ ଘନ ବୈଠକ ଡାକି ପୁରା ସଜାଗ ରହିଥିଲେ । ଆଗୁଆ ଲୋକଙ୍କୁ ସ୍ଥାନାନ୍ତରଣ କରିବା ସହ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଇଥିଲା । ଆଉ ମନ୍ତ୍ରୀ ମାନେ ନିଜେ ମଧ୍ୟ ଯାଇ ସେହି ଖଦ୍ୟ ଖାଇ ତା ମାନ ଯାଞ୍ଚ କରିଛନ୍ତିା ତା ସହ ବାତ୍ୟା ସମୟରେ ଚାଲୁଥିବା କଳାବଜାରିକୁ ମଧ୍ୟ ରୋକିଛନ୍ତି ସରକାର । ବିଭିନ୍ନ ବିଭାଗ ପକ୍ଷର ରେଡ୍ କରାଯାଇ , ପରିବା , ଗ୍ରୋସରୀ ଏବଂ ଗ୍ୟାସ୍ ସିଲିଣ୍ଡରରୁ ଚଢା ଦରରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ମଧ୍ୟ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ବତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ତାର ପ୍ରଭାବ ସେତେଟା କ୍ଷୟକ୍ଷତି କରିନି । କିନ୍ତୁ ଆମ ପ୍ରଶାସନ ସବୁ ପାଇଁ ପୁରା ପ୍ରସ୍ତୁତ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ବିପର୍ଯ୍ୟୟ ପରିଚାରଳ ମନ୍ତ୍ରୀ ସୁରେଶ ପୂଜାରି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ କର୍ତ୍ତବ୍ୟରେ ଟିକିଏ ଅବହେଳା କରିନାହାନ୍ତି । ବରଂ କିପରି ଦାନା ସହ ଲଢାଯାଇପାରିବ ଏବଂ ଉଚିତ ସମୟରେ ଲୋକଙ୍କୁ ସହାୟତା ଯୋଗାଇଦିଆଯିବ ସେଥିପାଁ ଗତକାଲି ରାତିରେ ଅନିଦ୍ରା ରହିଥିଲା ପୁରା ପ୍ରଶାସନ ।

Advertisement

Leave a Reply

Your email address will not be published. Required fields are marked *