Pratidin TV

Odisha's Digital News Platform

ମେୟର ନିର୍ବାଚନରେ ବିଶୃଙ୍ଖଳା , ଆପ୍‌-ବିଜେପି ମୁହଁମୁହିଁ

1 min read

ନୂଆଦିଲ୍ଲୀ : ଶୁକ୍ରବାର ମେୟର ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଆପ କାଉନସିଲରଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି । । ବିଜେପି ଓ ଆପ କର୍ମୀ ମୁହାଁମୁହିଁ ହୋଇଛନ୍ତ। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ମେୟର ନିର୍ବାଚନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ଏବଂ ଆପ କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ଭଳି ପରିସ୍ଥିତି ଦେଖାଦେଇଥିଲା । ଏପରିକି ସିଭିକ ସେଣ୍ଟରରେ ଅନୁଷ୍ଠିତ ବୈଠକ ବେଳେ ଆପ୍ ଏବଂ ବିଜେପିକର୍ମୀ ମୁହାଁମୁହିଁ ହୋଇଥିଲେ ।

Advertisement

ଏଥିରେ ଜଣେ ଆପ କାଉନସିଲରଙ୍କ ହାତରେ ଆଘାତ ଲାଗିବା ସହ ଶାର୍ଟ ଚିରିଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ମତଦାନ କେନ୍ଦ୍ରରେ ଆମ୍ ଆଦମୀ ପାର୍ଟି କାଉନସିଲରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ବିରୋଧ କରି ଏଏପି ସଦସ୍ୟ ଗୃହର ମଧ୍ୟଭାଗକୁ ଚାଲିଆସି ହୋହଲ୍ଲା କରିଛନ୍ତି ।

ମେୟର ନିର୍ବାଚନ ପୂର୍ବରୁ କାଉନସିଲରମାନେ ଅସ୍ଥାୟୀ ବାଚସ୍ପତିଙ୍କ ଦ୍ୱାରା ଶପଥ ନେବାର ଥିଲା । ପୂର୍ବରୁ ଭି.କେ. ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି । ତେବେ ଉପରାଜ୍ୟପାଳ ମେୟର ନିର୍ବାଚନ ପରିଚାଳନା ଲାଗି ଗୁରୁବାର ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଇଡିଂ ଅଫିସର ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତି କରିଥିଲେ । ଏହାକୁ ନେଇ ଏଏପି ବିରୋଧ କରି ପ୍ରତିକ୍ରିୟା ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *