Pratidin TV

Odisha's Digital News Platform

ଟଳିଲା ବାତ୍ୟା ଏବେ ବନ୍ୟା ଆଶଙ୍କା, ଏସବୁ ଜିଲ୍ଲାରେ ସୃଷ୍ଟି ହେବ ବନ୍ୟା ପରିସ୍ଥିତି

1 min read

ବାତ୍ୟା ପରେ ଏବେ ବନ୍ୟା ଆଶଙ୍କାରେ କିଛି ଜିଲାବାସୀ ଆତଙ୍କିତ। ହେଲେ ବାତ୍ୟା ପ୍ରଭାବରେ ତୁହାକୁ ତୁହା ବର୍ଷା ଏବେ ବନ୍ୟା ଆଶଙ୍କା ସୃଷ୍ଟି କଲାଣି। ଏନେଇ ଏବେ ୧୬ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ସତର୍କ କରିଛି ଆଇଏମଡି। ଏହି ଜିଲାଗୁଡ଼ିକ ହେଲା କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ଗଜପତି, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ।

ପାଣିପାଗ ବିଭାଗ ସୂଚନାନୁଯାୟୀ, ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ। ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏଠାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। । ତେଣୁ କୁହାଯାଉଛି, ଉତ୍ତର ଓ ଉପକୂଳ ଓ ଦେଇ ପ୍ରବାହିତ ହେଉଥିବା ପ୍ରମୁଖ ନଦୀ, ଯେମିତିକି ବୁଢାବଳଙ୍ଗ, ସାଳନ୍ଦୀ, ଜଳକା, ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ଆଦି ଫୁଲିବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଲେ ଶିମିଳିପାଳରୁ ପାଣି ଆସି ବୁଢାବଳଙ୍ଗ ନଦୀରେ ପଶିବ।

Advertisement

ଅନ୍ୟପକ୍ଷରେ ବାତ୍ୟା ପ୍ରକୋପରେ ଜୁଆର ଉଠିବା ଯୋଗୁ ନଦୀ ପଟେ ପ୍ରାୟ ୧ କିଲୋମିଟରରୁ ୩ କିଲୋମିଟର ଯାଏ ଲୁଣାପାଣି ମାଡ଼ିଆସିବ। ଆଉ ଏଥିଯୋଗୁ ବଙ୍ଗୋପସାଗରରେ ମିଶୁଥିବା ଅଧିକାଂଶ ନଦୀର ପାଣି ଶୀଘ୍ର ସମୁଦ୍ରକୁ ଯାଇପାରିବ ନାହିଁ। ଫଳରେ ବନ୍ୟା ପାଣି ଗାଁ ଗଣ୍ଡାରେ ପଶିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

‘ବାତ୍ୟା’ ଦାନା ପ୍ରଭାବରେ ଗତ ରାତିରେ ବିଭିନ୍ନ ସ୍ଥାନରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ଆଉ କେଉଁଠି ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଥିବାବେଳେ ବିଦ୍ୟୁତ୍ ସଂଯୋଗ ବି ବିଚ୍ଛିନ୍ନ ହୋଇ ଯାଇଥିଲା। ଆଜି ମଧ୍ୟାହ୍ନ ସୁଦ୍ଧା ରାସ୍ତାରୁ ସମସ୍ତ ଗଛ ହଟାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *