Pratidin TV

Odisha's Digital News Platform

ପ୍ରିୟଙ୍କା ଗାନ୍ଧିଙ୍କ ସମ୍ପତ୍ତି କେତେ ? କଡ଼ା ସମାଲୋଚନା କଲା ବିଜେପି

1 min read

ପ୍ରଥମ ଥର ନିର୍ବାଚନ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ | ତେବେ ତାଙ୍କ ପାଖରେ ଅଛି ଏତେ ସମ୍ପତ୍ତି | ରହୁ ଙ୍କ ଠାରୁ ରହିଛି କି ଅଧିକ ସମ୍ପତ୍ତି | ନିର୍ବାଚନ ଲଢ଼ିବା ପୂର୍ବରୁ କଲେ ଖୁଲାସା | ଅକ୍ଟୋବର ୨୩ ବୁଧବାର ଦିନ ଓ୍ୱାୟନାଡ ଉପନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠାଇଛି ବିଜେପି। ପ୍ରିୟଙ୍କାଙ୍କ ପାଖକୁ କେଉଁଠୁ ଆସୁଛି ଟଙ୍କା। ତାଙ୍କ ସମ୍ପତ୍ତି ଆୟର ମାଧ୍ୟମ କ’ଣ। ପ୍ରିୟଙ୍କାଙ୍କ ସମ୍ପତ୍ତିକୁ ନେଇ ଭାରତୀୟ ଜନତା ପାର୍ଟି ଗୁରୁବାର କଂଗ୍ରେସ ଉପରେ ଆକ୍ରମଣକୁ ଜୋରଦାର କରିଛି। ବିଜେପି ନେତା ଗୌରବ ଭାଟିଆ ଗାନ୍ଧୀ ପରିବାରକୁ ତୀବ୍ର ସମାଲୋଚନା କରି ସେମାନଙ୍କ ‘ବେଆଇନ ସମ୍ପତ୍ତି’ର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।

Advertisement

ଗତକାଲି କେରଳର ଓ୍ୱାୟନାଡ ଉପନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ନେତା ନିର୍ବାଚନୀ ସତ୍ୟପାଠରେ ନିଜର ଆୟ ଓ ସମ୍ପତ୍ତି ବିଷୟରେ ଜଣାଇଛନ୍ତି। ତାଙ୍କ ନିର୍ବାଚନୀ ସତ୍ୟପାଠ ଅନୁଯାୟୀ, ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୨୪ ଲକ୍ଷ ୭୮ ହଜାର ୬୮୯ ଟଙ୍କା ରହିଛି। ତାଙ୍କ ପାଖରେ ୧୩୮,୯୯୨,୫୧୫ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଏହାପରେ ବିଜେପି ପ୍ରେସମିଟ୍ କରି ଗାନ୍ଧି ପରିବାର ଉପରେ ପ୍ରଶ୍ନ ଉଠାଇଛି।

୨୦୨୩-୨୪ ଇନକମ୍ ଟ୍ୟାକ୍ସ ରିଟର୍ନ ଅନୁଯାୟୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଖରେ ସ୍ଥାବର ଅସ୍ଥାବର ୪୬.୩୯ ଲକ୍ଷ ସମ୍ପତି ରହିଛି। ତାଙ୍କ ସ୍ଵାମୀ ରବର୍ଟ ଭଦ୍ରାଙ୍କ ନାଁରେ ୧୫ ଲକ୍ଷ ଟଙ୍କାର ସମ୍ପତି ରହିଛି। ସେହିପରି ନିର୍ବାଚନୀ ତଥ୍ୟ ଅନୁଯାୟୀ, ପ୍ରିୟଙ୍କାଙ୍କ ପାଖରେ ମୋଟ ୪ କୋଟି ୨୪ ଲକ୍ଷ ୭୮ ହଜାର ୬୮୯ ର ଚଳ ସମ୍ପତି ରହିଥିବା ବେଳେ ୧୩ କୋଟି ୮୯ ଲକ୍ଷ ୯୨ ହଜାର ୫୧୫ ଟଙ୍କାର ଅଚଳ ସମ୍ପତି ରହିଛି। ତେବେ ପ୍ରିୟଙ୍କାଙ୍କ ନାଁରେ ୧୫ ଲକ୍ଷ ୭୫ ହଜାର ଟଙ୍କାର କରଜ ବି ରହିଛି। ମ୍ୟୁଚାଲ ଫଣ୍ଡରେ ୨ କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି ପ୍ରିୟଙ୍କା। ତାଙ୍କ ପକରେ ୩ତ ବ୍ୟାଙ୍କ ଆକାଉଣ୍ଟ, ଯେଉଁଥିରେ ୩ ଲକ୍ଷରୁ ଅଧିକ ଜମା ଟଙ୍କା ରହିଛି। ୩୦ ସେପ୍ଟେମ୍ୱର ସୁଦ୍ଧା ତାଙ୍କ ପାଖରେ ୫୨ ହଜାର ନଗଦ ଟଙ୍କା ରହିଛି। ପିପିଏଫ୍ ଆକାଉଣ୍ଟରେ ୧୭ଲକ୍ଷ ୩୮ ହଜାର ୨୬୫ ଟଙ୍କା ରହିଛି।

ଏଥିସହିତ ୫୯.୮୩ କିଲୋର ଚାନ୍ଦି ଗହଣା, ୪.୪୧ କିଲୋର ସୁନା ଏବଂ ହୀରାର ଗହଣା ରହିଛି। ୮ ଲକ୍ଷ ଟଙ୍କାର କାର୍ ସମେତ ୨କୋଟିରୁ ଅଧିକ ମୂଲ୍ୟର ଚାଷ ଜମି, ୧ କୋଟି ମୂଲ୍ୟର ଘର ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *