Pratidin TV

Odisha's Digital News Platform

ଦାନାର ପ୍ରଭାବ ; ମଝି ସମୁଦ୍ରରେ ଫସିଛି ପଞ୍ଚିମବଙ୍ଗର ବୋଟ୍ ।

1 min read

ଦାନାର ଲ୍ୟାଣ୍ଡଫଲ ପରେ ଟଳିଛି ବଡ ବିପଦ । କମିଛି ପ୍ରଭାବ ଆଉ ଥମିଛି ପବନ ହେଲେ କମିନି ବର୍ଷା । ସମୁଦ୍ର କୂଳିଆ ଅଞ୍ଚଳରେ ଏବେବି ପ୍ରଭାବ ରହିଛି ।

ଅନ୍ୟପଟେ ବାତ୍ୟା ପାଇଁ ଧାମରା ମୁହାଣରେ ଫସିଲା ପଞ୍ଚିମବଙ୍ଗର ଦୁଇଟି ବୋଟ । ବୋଟରେ ଫସିରହିଥିବା ମତ୍ସ୍ୟଜୀବୀଙ୍କ ସଂଖ୍ୟା ଜଣାପଡ଼ିନାହିଁ । ବାତ୍ୟା ଯୋଗୁ ମନ୍ତେଇ ନଦୀରେ ବୋଟକୁ ଲଙ୍ଗର ପକାଇ ରଖାଯାଇଥିଲା । ବାତ୍ୟାର ପ୍ରକୋପ କମିବା ପରେ ଗୋଟେ ବୋଟକୁ ଅନ୍ୟ ଏକ ବୋଟ ଟାଣି ଟାଣି ନେଉଥିବା ବେଳେ ସମୁଦ୍ରର ପ୍ରଖର ସ୍ରୋତରେ ପଶିଯାଇଛି ବୋଟ । ଟ୍ରଲର ଭିତରେ ଲୋକ ଅଛନ୍ତି କି ନାହିଁ କିମ୍ବା କେତେ ଲୋକ ଅଛନ୍ତି ତାହା ଜଣାପଡ଼ିନଥିବା କହିଛନ୍ତି ସହକାରୀ ମତ୍ସ୍ୟ ଅଧିକାରୀ ।

Advertisement

Leave a Reply

Your email address will not be published. Required fields are marked *