Pratidin TV

Odisha's Digital News Platform

ନଭେମ୍ବର ୧୧ରେ ଶପଥ ନେବେ ଦେଶର ପରବର୍ତ୍ତୀ ସିଜେଆଇ…

1 min read

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା। ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୧୧ ତାରିଖରେ ସଞ୍ଜୀବ ଖାନ୍ନା ଦାୟିତ୍ବ ଗ୍ରହଣ କରିବେ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ।

ବର୍ତ୍ତମାନର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଦୁଇ ବର୍ଷର କାର୍ଯ୍ୟକାଳ ପରେ ନଭେମ୍ବର ୧୦ରେ ଅବସର ନେଉଛନ୍ତି। ସେ ୮ ନଭେମ୍ବର, ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତେବେ ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ୬ ମାସ ରହିବ। ସେ ୧୩ ମେ, ୨୦୨୫ରେ ଅବସର ଗ୍ରହଣ କରିବେ।

Advertisement

ସୂଚନାଥାଉକି, ବର୍ତ୍ତମାନର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିସ କରିଥିଲେ। ସରକାର ବିଦାୟୀ ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖି ମେମୋରେଣ୍ଡମ୍ ଅଫ୍ ପ୍ରୋସିଜର ଅନୁଯାୟୀ ତାଙ୍କ ସୁପାରିସ ପଠାଇବାକୁ କହିଥିଲେ।
ଯଦି ଆମେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ବିଷୟରେ ଆଲୋଚନା କଲେ ସେ ୧୯୮୩ ମସିହାରେ ଦିଲ୍ଲୀ ବାର୍ କାଉନସିଲରେ ଓକିଲ ଭାବେ ନାମ ଲେଖାଇ ନିଜର ଆଇନଗତ କ୍ୟାରିୟର ଆରମ୍ଭ କରିଥିଲେ। ସେ ଟିସ ହଜାରୀ ଜିଲ୍ଲା କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟ ସମେତ ବିଭିନ୍ନ କୋର୍ଟରେ ଆଇନ ପ୍ରାକ୍ଟିସ୍ କରିଥିଲେ। ୨୦୦୫ ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୦୦୬ ରେ ସ୍ଥାୟୀ ବିଚାରପତି ହୋଇଥିଲେ।

Leave a Reply

Your email address will not be published. Required fields are marked *