Pratidin TV

Odisha's Digital News Platform

ଝାରପଡା ଜେଲରେ ଖେଳିଲା ଆତଙ୍କ , ବାଜିଲା ଏମର୍ଜିନ୍ସି ଆଲାର୍ମ

1 min read

ଭୁବନେଶ୍ୱର ; ଝାରପଡ଼ା ଜେଲରେ ବାଜିଲା ଆଲାର୍ମ , ୩୦ ମିନିଟ ଧରି ବାଜିଥିଲା ଏମର୍ଜିନ୍ସି ଆଲାର୍ମ ବଜେଇଲେ ଜେଲ୍ କତୃପକ୍ଷ।

ଘଟଣାଟି ଏମିତି କି ଆଜି ସକାଳୁ ଝାରପଡା ଜେଲରେ ଖେଳିଯାଇଥିଲା ଆତଙ୍କ କଏଦୀ ଠାରୁ ଜୀବନ ବଞ୍ଚାଇବା ପାଇଁ ଜେଲର ବଜାଇଥିଲେ ଏହି ଏମର୍ଜିନ୍ସି ଆଲାର୍ମ । ପ୍ରାୟ ୩୦ ମିନିଟ୍ ଧରି ହେି ଆଲାର୍ମ ବାଜିବାରୁ ପୁରା ଜେଲରେ ଆତଙ୍କ ସୃଷ୍ଟି ହୋଇଥିଲା । ଜେଲର ହାଇ ସିକ୍ୟୁରିଟୀ ସେଲ ରେ ଥିବା କଏଦୀ ଛୁରା ଧରି ଜେଲ୍ ୱାର୍ଡର ବା ଜେଲରକୁ ଆକ୍ରମଣ କରିଥିଲେ । ଆଉ ନିଜ ଜୀବନ ବଞ୍ଚାଇବା ପାଇଁ ଜେଲ୍ ୱାର୍ଡର ସେଠାରେ ଥିବା ଏମର୍ଜିନ୍ସି ଆଲାର୍ମ ବଜାଇଥିଲେ ।

Advertisement

ଏହି ଏମର୍ଜିନ୍ସି ଆଲାର୍ମ ଜେଲରେ ବଡ ବିପଦ ସମୟରେ ହିଁ ବାଜିଥାଏ । ତେଣୁ ଏହି ଆଲାର୍ମ ଶୁଣି ଜେଲ୍ ଷ୍ଟାଫ, ଆଉ ଲକ୍ଷ୍ମୀ ସାଗର ପୋଲିସ ଜେଲରେ ପହଞ୍ଚି ଥିଲେ। ଆଉ ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେବ।କୁ ଚେଷ୍ଟା କରିଥିଲେ । କିନ୍ତୁ ସବୁଠୁ ବଡ ପ୍ରଶ୍ନ ଜେଲ ବ୍ୟବ ସ୍ଥା ଉପରେ ଉଠୁଛି । ହାଇ ସିକ୍ୟୁରିଟିରେ ଥିବା କଏଦୀ ପାଖରେ ଏତେ ବଡ ଛୁରୀ ବା ମାରଣାଅସ୍ତ୍ର ପହଞ୍ଚିଲା କେମିତି ?

Leave a Reply

Your email address will not be published. Required fields are marked *