Pratidin TV

Odisha's Digital News Platform

ମଝି ସମୁଦ୍ରରେ ପକ୍ଷୀ ଦେଲେ ପ୍ରେମ ପରୀକ୍ଷା , ଲୋହିତ ସାଗର ଭିତରେ ବୁଡ଼ି ହେଲେ ପରସ୍ପରର ଜୀବନସାଥୀ …

1 min read

ବର୍ତ୍ତମାନ ବିବାହରେ ବିଚିତ୍ର ତଥା ଅଜବ ପ୍ରକାରର ରେକର୍ଡ କରୁଛନ୍ତି ଦମ୍ପତ୍ତି । ଚର୍ଚ୍ଚାକୁ ଆସିବା ପାଇଁ ବର ଏବଂ କନ୍ୟା ନିଆରା ଢଙ୍ଗରେ ବିବାହ କରିବା ସହିତ ଅନେକ ପ୍ରକାରର ଏକ୍ସପେରିମେଣ୍ଟ କରୁଥିବାର ନଜର ଆସୁଛନ୍ତି । କିଛି ଲୋକ ସାହସ ଦେଖାଇ ଅଦ୍ଭୁତ ଢଙ୍ଗରେ ବିବାହ କରନ୍ତି । ଏଭଳି ଏକ ବିବାହ ଭିଡିଓ ସାମ୍ନାକୁ ଆସିଛି ଯାହା କି ଟିକେ ଅଜବ ଲାଗିବ । ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା ଓ ୟାସ୍‌ମିନ ଦଫ୍‌ତରଦାର ନାମରେ ଏକ ପ୍ରେମୀ ଯୁଗଳ ସାଉଦି ଆରବର ଜେଦ୍ଦାହ ନିକଟସ୍ଥ ଲୋହିତ ସାଗର ମଧ୍ୟରେ ପରସ୍ପରକୁ ବିବାହ କରି ଇତିହାସ ରଚିଛନ୍ତି।ସାଉଦି ଆରବ ଉପକୂଳସ୍ଥିତ ଲୋହିତ ସାଗର ମଧ୍ୟରେ କୌଣସି ପ୍ରେମୀ ଯୁଗଳ ବିବାହ କରିବାର ଏହା ହେଉଛି ପ୍ରଥମ ଘଟଣା। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟେ ହାସନ୍‌ ଓ ୟାସ୍‌ମିନ ପ୍ରଫେସ୍‌ନାଲ ଡାଇଭର ହୋଇଥିବାବେଳେ ସେମାନେ କ୍ୟାପଟେନ୍‌ ଫୈସଲ ଫ୍ଲେମ୍ବନଙ୍କ ନେତୃତ୍ୱରେ ସାଉଦି ଡାଇଭର୍ସ ନାମକ ଏକ ସ୍ଥାନୀୟ ଡାଇଭିଙ୍ଗ ଗ୍ରୁପ୍‌ର ସହାୟତାରେ ସମୁଦ୍ର ମଧ୍ୟରେ ବିବାହ କରିଥିଲେ। ଏହି ବିବାହ ପାଇଁ ସାଉଦି ଡାଇଭର୍ସ ଗ୍ରୁପ୍‌ ପକ୍ଷରୁ ଅତ୍ୟାବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା। ସମୁଦ୍ର ମଧ୍ୟରେ ବିବାହ ପାଇଁ ଉଭୟ ହାସନ ଓ ୟାସ୍‌ମିନଙ୍କୁ ଏହି ଦଳ ବିଭିନ୍ନ ଉପକରଣ ଯୋଗାଇ ଦେଇଥିଲା।


ପରେ ହାସନ କହିଛନ୍ତି, ଏହା ବାସ୍ତବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ସମୁଦ୍ର ମଧ୍ୟରେ ବିବାହ କରିବା ପାଇଁ ତାଙ୍କୁ ସର୍ବପ୍ରଥମେ କ୍ୟାପ୍‌ଟେନ୍‌ ଫୈସଲ ଓ ତାଙ୍କ ଟିମ୍‌ ପକ୍ଷରୁ ପ୍ରସ୍ତାବ ଆସିଥିଲା, ଯାହାକୁ ସେ ଓ ୟାସ୍‌ମିନ ଗ୍ରହଣ କରିଥିଲେ। ଏହା ଏକ ସୁନ୍ଦର ଏବଂ ଅବିସ୍ମରଣୀୟ ଅନୁଭୂତି ଥିଲା। ସେହିପରି ୟାସ୍‌ମିନ କହିଛନ୍ତି, ଏହି ବିବାହରେ କୌଣସି ସମସ୍ୟା ଉପୁଜି ନ ଥିଲା। ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥିଲା। ଏପରି ଅସାଧାରଣ ବିବାହ ସମ୍ପର୍କରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ୟାସ୍‌ମିନ କହିଛନ୍ତି। ସେହିପରି ସାଉଦି ଆରବ ଉପକୂଳସ୍ଥିତ ଲୋହିତ ସାଗରରେ ବିଭିନ୍ନ ସାମୁଦ୍ରିକ ଚମତ୍କାର ଓ ଆଶ୍ଚର୍ଯ୍ୟଗୁଡ଼ିକୁ ଅନ୍ବେଷଣ କରିବା ପାଇଁ ଏହି ଦମ୍ପତି ବିଶ୍ୱବ୍ୟାପୀ ଡାଇଭରମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏପରି କରି ଉଭୟେ ସାଉଦି କ୍ରାଉନ୍‌ ପ୍ରିନ୍ସ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତା ମହମ୍ମଦ ବିନ୍‌ ସଲ୍‌ମାନଙ୍କ ସ୍ବପ୍ନକୁ ସାକାର କରିବାରେ ଯୋଗଦାନ ଦେଇପାରିବେ ବୋଲି ହାସନ୍‌ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *