Pratidin TV

Odisha's Digital News Platform

ଲ୍ୟାଣ୍ଡଫଲ୍ କଲା ବାତ୍ୟା ଦାନା , ୩ ଜିଲ୍ଲାରେ ପ୍ରବଳ ଛେଚିବ ..

1 min read

ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଦାନା’ । ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା । ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା। ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇସାରିଛି । ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳ ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଛି । ଯେହେତୁ ବାତ୍ୟାର ଉଭୟ ପାର୍ଶ୍ୱରେ ୨ ଟି ଆଣ୍ଟି -ସ୍ଲାଇକ୍ଲୋନ ରହିଥିଲା ସେଥିପାଇଁ ବାତ୍ୟା ଦାନା ଲାଣ୍ଡଫଲ କରିବାରେ ବିଳମ୍ଭ ହୋଇଥିଲା। ଆଜି ପାଇଁ ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗତ କାଲି ସକାଳ ୮ଟା ୩୦ ରୁ ଆଜି ସକାଳ ୮ଟା ୩୦ ମଧ୍ୟରେ ରେକର୍ଡ ହୋଇଛି ବର୍ଷାର ପରିମାଣ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ସର୍ବାଧିକ ୧୫୬ମିମି ରେକର୍ଡ କରାଯାଇଛି। ସେହିପରି ମାର୍ଶାଘାଇ- ୧୧୦ମିମି ଓ ରାଜନଗରରେ ୧୦୦ ମିମି ରେକର୍ଡ ହୋଇଛି।

Advertisement

ଭଦ୍ରକ ଜିଲ୍ଲା: ବାସୁଦେବପୁର- ୧୧୦ମିମି, ଚାନ୍ଦବାଲି- ୧୦୫ମିମି ଓ ଭଦ୍ରକ- ୭୦ମିମି

ବାଲେଶ୍ୱର ଜିଲ୍ଲା: ଓଉପଡା- ୧୦୯ ମିମି ଓ ବାଲେଶ୍ୱରରେ- ୭୪ମିମି ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *