Pratidin TV

Odisha's Digital News Platform

ରାଜନୀତିରେ ହଲଚଲ , ଅଜିତ ପାୱାର ଦଳରେ ମିଶିଲେ ବାବା ସିଦ୍ଦିକିଙ୍କ ପୁଅ..

1 min read

ମହାରାଷ୍ଟ୍ର ରାଜନୀତିରେ ହଲଚଲ । କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଏନସିପି ଅଜିତ ପାୱାର ଦଳରେ ଯୋଗଦେଇଛନ୍ତି ପୂର୍ବତନ ଦିବଂଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ। ମହାରାଷ୍ଟ୍ର ନିର୍ବାଚନ ମଧ୍ୟରେ ସେ ହାତ ଛାଡ଼ି ଏନସିପିର ଅଜିତ ପାୱାରଙ୍କ ଟିମରେ ଯୋଗ ଦେଇଛନ୍ତି।

ସେ ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଏହାରି ମଧ୍ୟରେ ଆଜି ମଧ୍ୟ ଅଜିତ ପାୱାରଙ୍କ ଏନସିପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜିଶାନଙ୍କୁ ଟିକେଟ୍ ମିଳିଛି।

Advertisement

ସେ ବାନ୍ଦ୍ରା (ପୂର୍ବ) ଆସନରୁ ବିଧାନସଭା ନିର୍ବାଚନ ଲଢିବେ। କଂଗ୍ରେସରେ ଥିବାବେଳେ ଜିଶାନ ୨୦୧୯ରେ ଏହି ଆସନରୁ ପ୍ରାର୍ଥୀ ହେବା ସହ ବିଜୟୀ ମଧ୍ୟ ହୋଇଥିଲେ। ଚଳିତ ନିର୍ବାଚନରେ ଜିଶାନଙ୍କୁ ଟକ୍କର ଦେବେ ଉଦ୍ଧବ ଠାକରେଙ୍କ ଭଣଜା ବରୁଣ ସରଦେସାଇ।ତେବେ ଦଳରେ ଯୋଗ ଦେବା ପରେ ଜିଶାନ ସିଦ୍ଦିକି ଏକ ବଡ଼ ଦାବି କରିଛନ୍ତି। ଟଙ୍କା ପାଇଁ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଦାବି କରିଛନ୍ତି । ବର୍ତ୍ତମାନ କଂଗ୍ରେସ ଶିବସେନା ଉଦ୍ଧବ ଠାକରେଙ୍କ ଚାପରେ କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *