Pratidin TV

Odisha's Digital News Platform

ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା , ଜାଣନ୍ତୁ କେତେ କ୍ଷତି କଲା ବାତ୍ୟା ଦାନା..

1 min read

ଭିତରକନିକା- ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ‘ଦାନା’ । ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା । ଲ୍ୟାଣ୍ଡଫଲ୍‌ କରିବା ସମୟରେ ୧୨୦ କିଲୋମିଟର ବେଗରେ ବହିଲା ପବନ ।୫ ଘଣ୍ଟା ଧରି ଚାଲିଲା ପ୍ରକ୍ରିୟା । ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ଭିତରକନିକା ହବିଳାଖଟି ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ।

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇସାରିଛି ।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କି.ମି ବେଗରେ ପବନ ବହିଥିବା ଅନୁମାନ କରାଯାଉଛି । କିନ୍ତୁ ଚାନ୍ଦବାଲିଠାରେ ଘଣ୍ଟା ପ୍ରତି ୮୨ କି.ମି ବେଗରେ ପବନ ବହିଥିବା ରେକର୍ଡ ରହିଛି ।ଏହି ଭୀଷଣ ବାତ୍ୟା ସ୍ଥଳଭାଗ ଅତିକ୍ରମ କଲା ପରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ଏହାପରେ ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ସ୍ଥଳଭାଗ ଅତିକ୍ରମ କରି ଏହା ବର୍ତ୍ତମାନ ଭୀଷଣ ବାତ୍ୟା ଭାବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଭ୍ୟନ୍ତରୀଣ ଓଡ଼ିଶା ଆଡକୁ ଗତି କରୁଛି । ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି ।

Advertisement

କେନ୍ଦ୍ରାପଡ଼ା ଓ ଭଦ୍ରକରେ ବାତ୍ୟା ‘ଦାନା’ର ତାଣ୍ଡବ ଦେଖିବାକୁ ମିଳିଛି । ଭୀଷଣ ପବନ ସାଙ୍ଗକୁ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବା ସୂଚନା । ସୁ ସୁ କରି ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିଲା ପବନ ।ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ପବନର ବେଗ ଥିଲା ୧୦୦ରୁ ୧୧୦ କିଲୋମିଟର। ସମୟ ସମୟେ ଏହା ୧୨୫ କିଲୋମିଟର ଛୁଇଁଥିଲା । ସମୁଦ୍ରରେ ମାଡ଼ି ଆସିଥିଲା ଉଚ୍ଚ ଉଚ୍ଚ ଜୁଆର । ୫ରୁ ୬ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ବାତ୍ୟା ଦାନା ପ୍ରଭାବରେ ବହୁ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଛି ।

ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି ବାତ୍ୟା ଦାନା ଉପକୂଳବର୍ତ୍ତୀ ଗାଁରେ ମାଟି କାନ୍ଥ ଘର ଭାଙ୍ଗିବା ସହ ଚାଳଘର ଗୁଡ଼ିକର ଛପର ଉଡ଼ିଯାଇଛି। ଗଛ ଡାଳ ପଡ଼ି ଅନେକ ସ୍ଥାନରେ ବିଦ୍ୟୁତ୍‌ ଓ ଟେଲିଫୋନ୍‌ ତାର ଛିଣ୍ଡିଛି। ବ୍ୟାପକ ପରିମାଣରେ ଧାନ ଫସଲ କ୍ଷତି ହୋଇଥିବା ମଧ୍ୟ ସୂଚନା ମିଳିଛି।ବାତ୍ୟା ଦାନା ପାଇଁ ସାରା ରାତି ଉଜାଗର ପ୍ରଶାସନିକ କଳ । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟରେ ରହି ସ୍ଥିତି ଉପରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ପରବର୍ତ୍ତୀ ରିଲିଫ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ CMଙ୍କ ଗୁରୁତ୍ବ ।ବାତ୍ୟା ପୂର୍ବରୁ ୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର । ୭ ହଜାରରୁ ଅଧିକ ରିଲିଫ କେନ୍ଦ୍ରରେ ରନ୍ଧା ଖାଦ୍ୟର ବ୍ୟବସ୍ଥା ହୋଇଛି । ୪ ହଜାରରୁ ଅଧିକ ଗର୍ଭବତୀ ଆଗୁଆ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ବିଭିନ୍ନ ସ୍ଥାନରେ ୧୯ଟି NDRF ଓ ୫୧ଟି ODRAF ଟିମ୍‌ ମୁତୟନ ଅଛନ୍ତି ।

Leave a Reply

Your email address will not be published. Required fields are marked *