Pratidin TV

Odisha's Digital News Platform

ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ…

1 min read

ଦୁର୍ବଳ ହୋଇଛି ଦାନା। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି। ବିନା କୌଣସି ମୃତାହତରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ସକାଳ ୧୦ଟା ସୁଦ୍ଧା ଶେଷ ହୋଇଛି। ବାତ୍ୟା ପରେ ମୁଖ୍ୟମନ୍ତ୍ରୀ ବୈଠକ କରି ସ୍ଥିତି ସମୀକ୍ଷା ନେଇ ଆଲୋଚନା କରିଥିଲେ। ତେବେ ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କରିବେ। ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବାତ୍ୟା ପରେ ମୁଖ୍ୟମନ୍ତ୍ରୀ ବୈଠକ ପରେ ସ୍ଥିତି ସମୀକ୍ଷା କରି କହିଥିଲେ, କାଲି ରାତିରେ ବାତ୍ୟା ଲ୍ୟାଣ୍ଡଫଲ କରିଛି। ରାଜକନିକା ଓ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଦ୍ରକର ଧାମରା ଓ ଚାନ୍ଦବାଲିରେ କ୍ଷୟକ୍ଷତି ହୋଇଛି। ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି। ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ ଚାଲିଛି। ମନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳକୁ ବାହାରି ଗଲେଣି। ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *