Pratidin TV

Odisha's Digital News Platform

ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିକୁ ଭାଗ କରିଥିଲେ ରତନ , ବନ୍ଧୁ ଶାନ୍ତନୁ ଓ ରୋଷେୟା ଏବଂ କୁକୁର ନାଁରେ ରଖିଯାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତି…

1 min read

ମହାନ ଶିଳ୍ପପତି ତଥା ସଚ୍ଚୋଟ ଭାରତୀୟ ରତନ ଟାଟାଙ୍କ ଦେହାନ୍ତ ପରେ ଆଜି ଝୁରୁଛନ୍ତି ସାରା ଭାରତ ବାସୀ ।ସେ ହେଉଛନ୍ତି ଉଦ୍ୟୋଗ ଜଗତର ଅମୂଲ୍ୟ ରତ୍ନ ରତନ ଟାଟା ।ତାଙ୍କ କଥା ଭଳି ସେ… ମଣିଷପଣିଆରେ ଛଳଛଳ… ସରଳପଣରେ ଢଳଢଳ… ଅମିତ ବିତ୍ତଶାଳୀ, କିନ୍ତୁ ଅସାଧାରଣ ଭାବେ ସାଧାରଣ । ବ୍ୟବହାରରେ, କାର୍ଯ୍ୟରେ, କର୍ତ୍ତବ୍ୟରେ- ଖାଲି ମଣିଷ ନୁହେଁ, ସବୁପ୍ରାଣୀଙ୍କ ପାଇଁ ବି ଯେମିତି ଥିଲେ କରୁଣାର ଅବତାର । ଯିଏ ସାଧାରଣ ଲୋକଙ୍କ ପାଇଁ ଭାବୁଥିଲେ, ତାଙ୍କ ଚୁନା ଚୁନା ସ୍ୱପ୍ନ ପୂରା କରିବାକୁ ଧାଉଁଥିଲେ ।ସେ ହେଉଛନ୍ତି ବ୍ୟବସାୟ ଜଗତର ଚାଣକ୍ୟ। ଭାରତ ରତ୍ନ ପାଇନଥିଲେ ସତ ହେଲେ ପଦ୍ମ ପୁରସ୍କୃତ ରତନ ଟାଟା ବାସ୍ତବରେ ଦେଶର ରତ୍ନ ଥିଲେ। ତାଙ୍କର ବିୟୋଗ ପୁରା ଭାରତ ପାଇଁ ଏକ ଅପୂରଣୀୟ କ୍ଷତି ।ତାଙ୍କର କାର୍ଯ୍ୟ, ତାଙ୍କର ବ୍ୟକ୍ତିତ୍ଵ, ମଣିଷପଣିଆର ନିଦର୍ଶନ କଥା କହିଲେ ରାତି ପାହିଯିବ, ହେଲେ ତାଙ୍କ ଗାଥା ସରିବନି। ମୃତ୍ୟ ପରେ ବି ସେ ଏମିତି କିଛି କରିଛନ୍ତି ଯାହା ଟାଟାଙ୍କ ମହନୀୟତାର ନିଦର୍ଶନକୁ ପୁଣି ଜୀବିତ କରିଛି।ହୁଏତ ଆପଣ ଏ କଥା କୁ ବିଶ୍ୱାସ ନକରି ପାରନ୍ତି ହେଲେ ସେ ଏପରି ମହାନ କାମ କରିଯାଇଛନ୍ତି ରତନ ଟାଟା ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର କିଛି ଅଂଶ ତାଙ୍କ ରୋଷେୟା ଏବଂ ତାଙ୍କ ପୋଷା କୁକୁର ନାଁରେ କରିଯାଇଛନ୍ତି।କେବଳ ଏତିକି ନୁହେଁ ତାଙ୍କ ବନ୍ଧୁ ତଥା ସହାୟକ ଶାନ୍ତନୁ ନାଇଡୁଙ୍କ ବିଦେଶରେ ପାଠପଢ଼ା ପାଇଁ ସମସ୍ତ ସୁବିଧା କରିଛନ୍ତି ।

ଏହା ବ୍ୟତୀତ, ତାଙ୍କର ବଡ ବଡ ବଙ୍ଗଳା, କାର୍ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଅଛି ଯାହା ତାଙ୍କ ୱିଲରେ ଉଲ୍ଲେଖ କରାଯାଇଛି । ଆସନ୍ତୁ ଜାଣିବା କେଉଁ ଲୋକ କିମ୍ବା ସଙ୍ଗଠନ ରତନ ଟାଟାଙ୍କ ସମ୍ପତ୍ତି ପାଇବେ । ଟାଟା ଗ୍ରୁପର ଏକ ଚାରିଟେବୁଲ ଟ୍ରଷ୍ଟ ଅଛି , ଏହାକୁ ଦୃଷ୍ଟିରେ ରଖି ରତନ ଟାଟାଙ୍କ ଅଂଶଧନକୁ ରତନ ଟାଟା ଏଣ୍ଡୋମେଣ୍ଟ ଫାଉଣ୍ଡେସନ୍ (ଆରଟିଇଏଫ୍) କୁ ହସ୍ତାନ୍ତର କରାଯିବ ।

Advertisement

କୋଲାବାରେ ଥିବା ହଲେକାଇ ହାଉସ୍, ଯେଉଁଠାରେ ରତନ ଟାଟା ତାଙ୍କର ଶେଷ ଦିନ ପର୍ଯ୍ୟନ୍ତ ରହୁଥିଲେ । ଏହା ଏବେ ଟାଟା ସନ୍ସର ୧୦୦% ସହାୟକ କମ୍ପାନୀ ଇଭାର୍ଟ ଇନଭେଷ୍ଟମେଣ୍ଟର ମାଲିକାନା ପାଖରେ ଅଛି କିନ୍ତୁ ଏହାର ଉତ୍ତରାଧିକାରୀ ଭବିଷ୍ୟତରେ ଇୱାର୍ଟ ଦ୍ୱାରା ସ୍ଥିର ହେବ । ରତନ ଟାଟା ନିଜେ ଉଭୟ ହଲେକାଇ ହାଉସ୍ ଏବଂ ଆଲିବାଗ ବଙ୍ଗଳାକୁ ଡିଜାଇନ୍ କରିଥିଲେ, କିନ୍ତୁ ବଙ୍ଗଳା ବିଷୟରେ କିଛି ସ୍ପଷ୍ଟ ଲେଖିନାହାନ୍ତି । ଟାଟା ସନ୍ସ ସେୟାର , ଟାଟା ମୋଟର୍ସ ସମେତ ଅନ୍ୟ ଟାଟା ଗ୍ରୁପ୍ କମ୍ପାନୀଗୁଡିକ RTEF କୁ ସ୍ଥାନାନ୍ତରିତ ହେବ । ରତନ ଟାଟାଙ୍କର ୨୦-୩୦ କାରର କଲେକ୍ସନ୍ ଥିଲା , ଯାହା ବର୍ତ୍ତମାନ ହଲେକାଇ ରେସିଡେନ୍ସ ଏବଂ କୋଲାବାରେ ଥିବା ତାଜ୍ ୱେଲ୍ସ ଲିଙ୍ଗଟନ୍ ମିଉସ୍ ସର୍ଭିସ୍ ଆପାର୍ଟମେଣ୍ଟରେ ରଖାଯାଇଛି । ପରେ ଏହା ପୁଣେ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ କିମ୍ବା ଟାଟା ଗ୍ରୁପ୍ ଦ୍ୱାରା ନିଲାମ ହେବ ବୋଲି ବିଚାର କରାଯାଇଛି ।ରତନ ଟାଟାଙ୍କୁ ମିଳିଥିବା ଅନେକ ଆୱାର୍ଡ଼ ଟାଟା ସେଣ୍ଟ୍ରାଲ ଆରକାଇଭରେ ତାଙ୍କ legacyକୁ ସଂରକ୍ଷଣ କରିବା ପାଇଁ ଦାନ କରାଯିବ ।

।ରତନ ଟାଟା ପାଖାପାଖି ୧୦ ହଜାର କୋଟିରୁ ଅଧିକ ସମ୍ପତ୍ତିକୁ ସେ ତାଙ୍କର ପରିବାର, ଭାଇଭଉଣୀ, ତାଙ୍କ ରୋଷେୟା ଏବଂ ତାଙ୍କର ପୋଷା କୁକୁର ଟିଟୋ ନାଁରେ ରଖିଯାଇଛନ୍ତି। ଟାଟା ତାଙ୍କ ୱିଲ୍ ବା ଇଚ୍ଛାପତ୍ରରେ ତାଙ୍କ ଭାଇଭଉଣୀଙ୍କ ସମେତ ତାଙ୍କ ପୋଷା କୁକୁର ଟିଟୋର ଦେଖା ରଖା ପାଇଁ ନିଜ ସେୟାରର କିଛି ଅଂଶ ରଖିଥିବା ବେଳେ ତାଙ୍କ ଘରର ମୁଖ୍ୟ ରୋଷେୟା ସୁବିଆ ନାଁରେ ମଧ୍ୟ କିଛି ଅଂଶ ଲେଖିଯାଇଛନ୍ତି। ଏଥିସହିତ ଟିଟୋର ଦେଖା ରେଖା କରୁଥିବା କେୟାର ଟେକର ତଥା ରୋଷେୟା ରଞ୍ଜନ ସଅ ନାଁରେ ମଧ୍ୟ ସମ୍ପତ୍ତିର କିଛି ଅଂଶ ଲେଖିଯାଇଛନ୍ତି ଟାଟା।ସତରେ ନିଜ ପାଇଁ ନୁହେଁ ସଦା ଅନ୍ୟମାନଙ୍କ ପାଇଁ ବଞ୍ଚୁଥିଲେ ଉଦ୍ୟୋଗ ଦୁନିଆର ଏ ମହାନାୟକ ।

Leave a Reply

Your email address will not be published. Required fields are marked *