Pratidin TV

Odisha's Digital News Platform

ବାତ୍ୟା ଦାନାରେ ଜନ୍ମ ନେଲା ‘ଦାନା’ ।

1 min read

ବାତ୍ୟା ଦାନାରେ ଜନ୍ମ ନେଲା ଦାନା।କେନ୍ଦ୍ରାପଡା ରାଜନଗର ବ୍ଲକ ତାଳଚୁଆ ଆୟୁଷମାନ ଆରୋଗ୍ୟ ମନ୍ଦିର ବା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଗତକାଲି ରାତିରେ ଜନ୍ମ ନେଇଛି ଦାନା। ଶୁକ୍ରବାର ମଧ୍ୟରାତ୍ରିରେ ବାତ୍ୟା ଦାନା ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ହାବେଳିଖଟିରେ ଲ୍ୟାଣ୍ଡଫଲ କରିବା ସମୟରେ ତାଳଚୁଆ ଠାରେ ସମୁଦ୍ର କୁଳ ଲଂଘୁଥିଲା।

ପବନର ସୁ ସୁ ଗର୍ଜ୍ଜନ ସମୟ ଅର୍ଥାତ ଠିକ ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଏହି ବ୍ଲକ ଅଧିନ କେରୁଆପାଳ ପଞ୍ଚାୟତ ଗିରିଆପାହି ଗାଁର ପ୍ରଣତି ଦାସଙ୍କ କୋଳ ମଣ୍ଡନ କରିଥିଲା ଏକ ଶିଶୁ ପୁତ୍ର ଯାହାର ନାମ ରଖାଯାଇଛି ‘ଦାନା’। ଲାଲମୋହନ ଦାସଙ୍କ ପତ୍ନୀ ପ୍ରଣତି ଦାସ ପୂର୍ବରୁ ଦୁଇଥର ମାତୃତ୍ୱ ଲାଭ କରିଥିବା ବେଳେ ଦୁଇଟି ଝିଅର ଜନନୀ ଅଟନ୍ତି। ତେବେ ଗତ ରାତିରେ ପ୍ରସବ ଜନିତ ଯନ୍ତ୍ରଣା ପରେ ଆୟୁଷମାନ ଆରୋଗ୍ୟ ମନ୍ଦିର, ତାଳଚୁଆରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସଜାଗ ଥିବା ମେଡିକାଲ ଟିମ ଓ ଡାକ୍ତର ଉପାସନା ବିଶ୍ୱାଳ ସଙ୍ଗେସଙ୍ଗେ ପ୍ରଣତିଙ୍କ ପ୍ରସବ ଆରମ୍ଭ କରାଇଥିଲେ।

Advertisement

ଗୋଟିଏ ପଟେ ବାତ୍ୟା ଦାନା ବର୍ଷକର ଦାନା ଅର୍ଥାତ ଫସଲ ନଷ୍ଟ କରିଥିବା ବେଳେ ଈଶ୍ୱର ତାଙ୍କୁ “ଦାନା” ନାଁରେ ନାତିଟିଏ ଦେଇଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ପ୍ରଣତିଙ୍କ ଶାଶୁ ଜୟନ୍ତୀ ଦାସ।ଅନ୍ୟପଟେ ବାତ୍ୟା ସମୟରେ ମେଡିକାଲ ଟିମର ସଜାଗ ଯୋଗୁଁ ଶିଶୁଟିଏ ଜନ୍ମ ହେଲା ଓ ଏବେ ଉଭୟ ମା ଏବଂ ଶିଶୁ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର ଉପାସନା।

Leave a Reply

Your email address will not be published. Required fields are marked *