Pratidin TV

Odisha's Digital News Platform

(ଭିଡିଓ) ‘ ମୋ ସ୍ୱାମୀ ରାମଚନ୍ଦ୍ର ’ – ଖଗେଶ୍ୱରଙ୍କ ସ୍ତ୍ରୀ ସୁସ୍ମିତା ପାତ୍ର

1 min read

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ରାଜ୍ୟ ବ୍ୟାପି ସମାଲୋଚିତ ହେଉଥିବା ବେଳେ । ଆଜି ଘଟଣାଟି ଏକ ଭିନ୍ନ ମୋଡ ନେଇଛି । ଅର୍ଚ୍ଚନା ଜଗବନ୍ଧୁଙ୍କୁ ଗିରଫ୍ ପରେ ସହଯୋଗୀ ଖଗେଶ୍ୱରଙ୍କୁ ମଧ୍ୟ ବାନ୍ଧିଥିଲା ପୋଲିସ । ଗତକାଲି ଝାରପଡା ଜେଲରେ ଇଡି ଘଗେଶ୍ୱରକୁ ୪ ଘଣ୍ଟା ଜେରା କରିଥିବା ବେଳେ ଆଜି ଖଗେଶ୍ୱରଙ୍କ ପତ୍ନୀ ସୁସ୍ମିତା ପାତ୍ରଙ୍କୁ ପଚରାଉଚରା ପାଇଁ ଡକାଇଥିଲା ।

ତେବେ ପ୍ରମୋଦ ସ୍ୱାଇଁଙ୍କୁ ବ୍ଲାକମେଲିଂ କରି ଅର୍ଚ୍ଚନା ୩୦ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ଯେଉଁଥିରେ ଅର୍ଚ୍ଚନା ଏବଂ ଖଗେଶ୍ୱର ମିଶି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏହି ବ୍ୟବସାୟରେ କେବଳ ଅର୍ଚ୍ଚନା ଏବଂ ଖଗେଶ୍ୱର ନୁହେଁ ବରଂ ଖଗେଶ୍ୱରଙ୍କ ପତ୍ନୀ ସୁସ୍ମିତା ମଧ୍ୟ ସାମିଲ ଥିବା ସନ୍ଦେହ କରିଥିଲା ଇଡି । ଆଜି ଅଧିକ ତଦନ୍ତ ପାଇଂ ଖଗେଶ୍ୱରଙ୍କ ପତ୍ନୀ ସୁସ୍ମିତା ପାତ୍ରଙ୍କୁ ହାଜର ହେବାକୁ କହିଥିଲା । ସପୃକ୍ତ ଟଙ୍କା କାରବାରକୁ ନେଇ ସୁସ୍ମିତାଙ୍କୁ ପଚରା ଉଚରା ଚଲାଇଥିଲା ଟିମ୍ । କାରଣ ଖଗେଶ୍ୱରଙ୍‌କ ବ୍ୟବସାୟରେ ଅଧା ପାର୍ଟନର ଅଛନ୍ତି ସୁସ୍ମିତା । ଯେପରିକି ଖଗେଶ୍ୱରଙ୍କ ସୁପ୍ରିମ୍ ଅଟୋ ମୋବାଇଲ୍‌ର ୫୦ ପ୍ରତିଶତ ପାର୍ଟନର ଅଛନ୍ତି ସ୍ତ୍ରୀ ସୁସ୍ମିତା ।

Advertisement

ଆଜି ଦିନ ୧୧ ଟା ସମୟରେ ଇଡି ଅଫିସରେ ହାଜର ହୋଇଥିଲେ ଖଗେଶ୍ୱରଙ୍କ ପତ୍ନୀ ସୁସ୍ମିତା । ହାତରେ ଥିଲା କିଛି ଫାଇଲ। ତେବେ ପଚରାଉଚରା ପରେ ଇଡି ଅଫିସ୍ ବାହାରକୁ ଆସିଥିଲେ ସୁସ୍ମିତା । ଏହାପରେ ଗଣମାଧ୍ୟମର କିଛି କର୍ମୀ ତାଙ୍କୁ ଖଗେଶ୍ୱର ଏବଂ ସମ୍ପତ୍ତିମାମଲାରେ ପଚାରିବାରୁ । ସୁସ୍ମିତା ଏକ ବିଶ୍ମୟକର ବୟାନ ଦେଇଥିଲା । ଯାହାକୁ ଶୁଣି ଗଣମାଧ୍ୟମ କଣ ସାଧାରଣ ଲୋକେ ମଧ୍ୟ ବିଶ୍ୱାସ କରିବେ ନାହିଁ । ସୁସ୍ମିତା ଗଣମାଧ୍ୟମ ଆଗରେ କହିଥିଲେ – ମୋ ‘ସ୍ୱାମୀ ରାମଚନ୍ଦ୍ର’ ସେ ନିର୍ଦ୍ଧୋଶ ,ତାଙ୍କୁ ଫଶାଯାଇଛି । ତାଙ୍କୁ ଜଗବନ୍ଧୁ ଫସାଇଛି ବୋଲି ଦାବି କରିଥିଲେ ସସ୍ମିତା । ଆମର ଅଜସହସ୍ର ସମ୍ପତ୍ତି ଅଛି । ମୋ ଶଶୂରଙ୍କର ଅମାପ ଧନ ସମ୍ପତ୍ତି ଅଛି । ଆମେ କାହା ଟଙ୍କା ଖାଇନାହୁଁ ବରଂ ସେଇ ଜଗବନ୍ଧୁ ଆମକୁ ସମସ୍ତଙ୍କୁ ଫସାଇଛି।

ଏବେ ସୁସ୍ମିତାଙ୍କ କଥା ସପୃକ୍ତ ମାମଲାକୁ ପୁଣି ରହସ୍ୟ ଘେରକୁ ଆଣିଛି । କାରଣ ପୂର୍ବରୁ ଶ୍ରଦ୍ଧାଞ୍ଜଳି କିନ୍ତୁ ଏହାର ବିପରୀତ ବୟାନ ଦେଇଥିଲେ । ସେ କହିଥିଲେ ଯେ ଜଗବନ୍ଧୁ ଏସବୁ କଳାଟଙ୍କା ବିଷୟରେ କିଛି ଜାଣିନି । ଏସବୁର ମାଷ୍ଟର ମାଇଣ୍ଡ ହେଉଛନ୍ତି ଅର୍ଚ୍ଚନା ଏବଂ ଖଗେଶ୍ୱର ।

Leave a Reply

Your email address will not be published. Required fields are marked *