ନାଚୁ ନାଚୁ ଷ୍ଟେଜ ଉପରେ ପଡିଗଲେ ବିଦ୍ୟା , ଭାଇରଲ ପରେ ଫିଦା ହେଲେ ଫ୍ୟାନ୍ସ…
1 min readଦୀପାବଳୀରେ ଧମାଲ ମଚାଇବ ବଲିଉଡର ଏହି ହରର୍ ଫିଲ୍ମ । ପୁଣି ଦର୍ଶକଙ୍କୁ ଶୁଣିବାକୁ ମିଳିବ ମଞ୍ଜୁଳିକାଙ୍କ ଚିତ୍କାର । ଫିଲ୍ମ ରିିଲିଜ ପୂର୍ବରୁ ଏହାର ଆଇକନିକ୍ ଗୀତ ‘ଆମି ଜେ ତୋମର’ ମୁକ୍ତିଲାଭ କରିଛି । ବିଦ୍ୟା ଏବଂ ମାଧୁରୀ ଏଥିରେ ଏକାଠି ଦେଖି ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ଗୀତ ରିଲିଜର କିଛି ସମୟ ମଧ୍ୟରେ 60 ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଏହାକୁ ଦେଖି ଫିଦା ହୋଇଛନ୍ତି । ଏହି ଗୀତ ରିଲିଜ ଇଭେଣ୍ଟ ସମୟରେ ପରଫର୍ମ କରି ଷ୍ଟେଜରେ ପଡିଗଲେ ବିଦ୍ୟା । ଏହା ସତ୍ତ୍ୱେ ବି ସେ ନିଜ ଡ୍ୟାନ୍ସ ବଜାୟ ରଖଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ।
ଅକ୍ଟୋବର 25 ରେ ‘ଭୁଲ ଭୁଲେୟା 3’ର ବହୁ ପ୍ରତୀକ୍ଷିତ ଗୀତ ‘ଆମି ଜେ ତୋମର 3.0’ ରିଲିଜ ହୋଇଛି । ଏହି ଗୀତରେ ମଞ୍ଜୁଲିକା, ବିଦ୍ୟା ବାଲାନ ଏବଂ ମାଧୁରୀ ଦୀକ୍ଷିତଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଛି । ‘ଆମି ଜେ ତୋମର’ ଗୀତ ରିଲିଜ ଇଭେଣ୍ଟରେ ମଧ୍ୟ ବିଦ୍ୟା ଏବଂ ମାଧୁରୀ ଦମଦାର ଲାଇଭ୍ ପରଫର୍ମ ଦେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସମୟରେ ବିଦ୍ୟା ଷ୍ଟେଜରେ ପଡିଯାଇଥିଲେ । ଏହା ସତ୍ତ୍ୱେ ବି ସେ ନିଜ ଡ୍ୟାନ୍ସ ବଜାୟ ରଖନ୍ତି । ଯାହାର ଭିଡିଓ ଖୁବ ଭାଇରାଲ ହେଉଥିବା ବେଳେ ଲୋକେ ଏହାକୁ ପସନ୍ଦ କରିବା ସହ ତାଙ୍କ ଖୁବ୍ ପ୍ରଶଂସା କରିଛନ୍ତି ।