ବରୀରେ ଲଜ୍ଜା ; ୮ ବର୍ଷର ଝିଅକୁ ନେଉଳ ଦେଖାଇବାକୁ ନେଇ କୁକର୍ମ ।
1 min readକଟକ ; ଯାଜପୁରରେ ଅଭାବନୀୟ ଘଟଣା, ନେଉଳ ଦେଖେଇବା କୁ ନେଇ ୮ବର୍ଷର ନାବାଳିକାକୁ କୁକର୍ମ । ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ରେ ଘଟିଛି ଅଭାବନିୟ ଘଟଣା । ନେଉଳ ଦେଖେଇବା କୁ ନେଇ ୮ବର୍ଷର ନାବାଳିକାକୁ କୁକର୍ମ । ସୂଚନା ମୁତାବକ ଗତ ୨୩ ତାରିଖରେ ଅରକ୍ଷିତ ପରିଡା (କାଳିଆ) ନାମକ ଜଣେ ବ୍ୟକ୍ତି ଘର ପାଖରେ ଥିବା ୮ବର୍ଷ ର ନାବାଳିକା କୁ ନେଉଳ ଦେଖେଇବା ପାଇଁ ଡାକିଥିଲେ । ପରେ ନାବାଳିକାକୁ କୁକର୍ମ କରିବା ସହ ଯଦି କାହାକୁ ଏ କଥା କହିବୁ ନାବାଳିକା କୁ ଜୀବନ ରୁ ମାରିଦେବା ପାଇଁ ଧମକ ଦେଇଥିଲେ ।
ପରେ ନାବାଳିକା ର ସ୍ୱାସ୍ଥ୍ୟ ଖରାପ ହେବାରୁ ପ୍ରଥମ ଯାଜପୁର ଜିଲ୍ଲା ରାମଚନ୍ଦ୍ର ପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରାଯାଇଥିଲା । ଡାକ୍ତର କହିବା ପରେ କୁନି ଝିଅ କୁ ପଚାରିବାରୁ ନାବାଳିକା ଜଣଙ୍କ ର ସମସ୍ତ ଘଟଣା ପରିବାର ଲୋକ ଙ୍କୁ କହିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ କଟକ SCB ବଡ଼ ମେଡିକାଲ ରେ ଗାଇନିକ ୱାର୍ଡ ପଠାଇଥିଲେ ବାଲିଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ।
ନାବାଳିକାର ସ୍ୱାସ୍ଥ୍ୟ ଖରାପ ଥିବାରୁ କଟକ SCB ଗାଇନିଂ ୱାର୍ଡ ର ସମଙ୍କ ରେ ଭର୍ତ୍ତୀ କରାଯାଇଛି । ପରିବାର ଲୋକ ରାମଚନ୍ଦ୍ର ପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏପଟେ ପରିବାର ଲୋକ ତୁରନ୍ତ ଦୋଷୀ କୁ ଗିରଫ କରି ଫାସୀ ଦଣ୍ଡ ରେ ଦଣ୍ଡିତ କରନ୍ତୁ ବୋଲି ଦାବୀ କରିଛନ୍ତି ।